ମାଲକାନଗିରି, ୪ ଅଗଷ୍ଟ (ହି.ସ.)- ମାଲକାନଗିରି ଆଦର୍ଶ ବିଦ୍ୟାଳୟର ୬ ଜଣ ଛାତ୍ରୀ ଅସୁସ୍ଥ। ଗତକାଲି ସନ୍ଧ୍ଯା ରେ ବ୍ରେଡ କ୍ଷୀର ଖାଇ ଅସୁସ୍ଥ ହେବାପରେ ସମସ୍ତ ଅସୁସ୍ଥ ଛାତ୍ରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରି ସଦର ବ୍ଲକ ରେ ଥିବା ଆଦର୍ଶ ଆବାସିକ ବିଦ୍ୟାଳୟରେ ସନ୍ଧ୍ୟା ରେ ନିତିଦିନ ପରି ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା। ତେବେ ଏହି ଖାଦ୍ୟ ଖାଇ ହଠାତ ୬ ଜଣ ଛାତ୍ରୀ ଅସୁସ୍ଥ ହୋଇ ପଡିଥିଲେ। ତୁରନ୍ତ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଭର୍ତି କରିଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। କିଛି ଛାତ୍ରୀ ଚିକିତ୍ସା ପରେ ସୁସ୍ଥ ହୋଇ ବିଦ୍ୟାଳୟକୁ ଫେରିଥିବା ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ