ଧରାପଡିଲା ୫ ଫୁଟିଆ କୁମ୍ଭୀର
ମାଲକାନଗିରି, ୪ ଅଗଷ୍ଟ (ହି.ସ.)- ଶେଷରେ ଧରାପଡିଲା ୫ ଫୁଟିଆ କୁମ୍ଭୀର । ଏକ ଜାଲ ଦ୍ୱାରା କୁମ୍ଭୀରଟିକୁ ଗ୍ରାମବାସୀଙ୍କ ସହାୟତାରେ ଧରାଯାଇଛି । ଘଡ଼ିଆଳ ପ୍ରଜାତିର ଏହି କୁମ୍ଭୀରକୁ ବନ ବିଭାଗ କର୍ମଚାରୀ ଏକ ଯନ୍ତାରେ ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଛାଡିବାକୁ ନେଇଛନ୍ତି । ଗତ ୪ ଦିନ ହେଲା ମାଲକାନଗିରି କା
ଧରାପଡିଲା ୫ ଫୁଟିଆ କୁମ୍ଭୀର ।


ଧରାପଡିଲା ୫ ଫୁଟିଆ କୁମ୍ଭୀର ।


ମାଲକାନଗିରି, ୪ ଅଗଷ୍ଟ (ହି.ସ.)- ଶେଷରେ ଧରାପଡିଲା ୫ ଫୁଟିଆ କୁମ୍ଭୀର । ଏକ ଜାଲ ଦ୍ୱାରା କୁମ୍ଭୀରଟିକୁ ଗ୍ରାମବାସୀଙ୍କ ସହାୟତାରେ ଧରାଯାଇଛି । ଘଡ଼ିଆଳ ପ୍ରଜାତିର ଏହି କୁମ୍ଭୀରକୁ ବନ ବିଭାଗ କର୍ମଚାରୀ ଏକ ଯନ୍ତାରେ ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଛାଡିବାକୁ ନେଇଛନ୍ତି । ଗତ ୪ ଦିନ ହେଲା ମାଲକାନଗିରି କାଲିମେଳା ବ୍ଲକ ଏମପିଭି ୮୩ରେ ଆତଙ୍କ ଖେଳାଇଥିଲା ଏହି ବଉଳା କୁମ୍ଭୀର । କୁମ୍ଭୀରଟିକୁ ଧରିବାକୁ ବନ ବିଭାଗ ନାକେଦମ ହୋଇପଡିଥିଲା । ଗତକାଲି ବଡ଼ ଜାଲ ସହାୟତାରେ କୁମ୍ଭୀରକୁ ଧରିବାକୁ ଚେଷ୍ଟା କରାଯାଇଥିଲା । କିନ୍ତୁ, କୁମ୍ଭୀର ଜାଲ ତଳେ ଖସିଯାଇଥିଲା। ପୋଖରୀରେ ପ୍ରାୟ ୧୫ ଫୁଟ ପାଣି ରହିଥିବାରୁ କୁମ୍ଭୀରକୁ ଧରିବାରେ ସମସ୍ୟା ଦେଖାଦେଇଥିଲା । ପୋଖରୀରୁ ପାଣି କଢ଼ାଯିବା ପରେ କୁମ୍ଭୀରକୁ ଧରାଯାଇ ପାରିଥିଲା ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande