ଆନ୍ଧ୍ରରୁ ଟ୧୫,୬୨୦୦୦ ଲୁଟ ଘଟଣାରେ ଟଙ୍କା ସହ ଓଡ଼ିଶାର ତିନି ଜଣଙ୍କୁ ଗିରଫ କଲା ଆନ୍ଦ୍ର ପୁଲିସ
ଜୟପୁର, ୪ ଅଗଷ୍ଟ (ହି.ସ.) - ଆନ୍ଧ୍ର ପେଦାବାଇଲି ଷ୍ଟେଟ ବ୍ୟାଙ୍କରୁ ଟ ପନ୍ଦର ଲକ୍ଷ ୬୨ ହଜାର ଟଙ୍କା ଉଠାଇ ନିଜ ଘରକୁ ଯାଉଥିବା ବେଳେ ବଣ୍ଡାପାଲି ପଂଚାୟତ ପିଇଓ କାଟରି ମାଛବାବୁ ଗତ ୩୧/୭/୨୦୨୫ ରିଖ ସନ୍ଧ୍ୟାରେ ଲୁଟର ଶିକାର ହୋଇଥିଲେ। କିଛି ଅଜଣା ଯୁବକ ବଙ୍ଗାରୁମେଟା ଗ୍ରାମ ନିକଟରେ ତାଙ୍କୁ ଅଟକାଇ ଥି
ଆନ୍ଧ୍ରରୁ ଟ୧୫,୬୨୦୦୦ ଲୁଟ ଘଟଣାରେ  ଟଙ୍କା ସହ ଓଡ଼ିଶାର ତିନି ଜଣ ଙ୍କୁ  ଗିରଫ କଲା ଆନ୍ଦ୍ର ପୁଲିସ।


ଆନ୍ଧ୍ରରୁ ଟ୧୫,୬୨୦୦୦ ଲୁଟ ଘଟଣାରେ  ଟଙ୍କା ସହ ଓଡ଼ିଶାର ତିନି ଜଣ ଙ୍କୁ  ଗିରଫ କଲା ଆନ୍ଦ୍ର ପୁଲିସ।


ଜୟପୁର, ୪ ଅଗଷ୍ଟ (ହି.ସ.) - ଆନ୍ଧ୍ର ପେଦାବାଇଲି ଷ୍ଟେଟ ବ୍ୟାଙ୍କରୁ ଟ ପନ୍ଦର ଲକ୍ଷ ୬୨ ହଜାର ଟଙ୍କା ଉଠାଇ ନିଜ ଘରକୁ ଯାଉଥିବା ବେଳେ ବଣ୍ଡାପାଲି ପଂଚାୟତ ପିଇଓ କାଟରି ମାଛବାବୁ ଗତ ୩୧/୭/୨୦୨୫ ରିଖ ସନ୍ଧ୍ୟାରେ ଲୁଟର ଶିକାର ହୋଇଥିଲେ। କିଛି ଅଜଣା ଯୁବକ ବଙ୍ଗାରୁମେଟା ଗ୍ରାମ ନିକଟରେ ତାଙ୍କୁ ଅଟକାଇ ଥିଲେ। ମାରଣାସ୍ତ୍ର ଦେଖାଇ ଭୟଭୀତ କରି ତାଙ୍କଠାରୁ ସମସ୍ତ ଟଙ୍କା ଲୁଟ କରି ଚମ୍ପଟ ମାରିଥିଲେ। ପିଇଓ ଜଣକ ମୂଚିଙ୍ଗପୁଟ ଥାନାର ଦ୍ୱାରସ୍ଥ ହେବା ପରେ ଆନ୍ଧ୍ର ସୀମାକୁ ଲାଗି ରହିଥିବା ନନ୍ଦପୁର ପୁଲିସ ଉପଖଣ୍ଡ ଅଧିନ ପାଡୁୂଆ ଓ ମାଛକୁଣ୍ଡ ପୁଲିସର ସହାୟତା ଲୋଡିଥିଲା ଆନ୍ଧ୍ର ପୋଲିସ। ଉକ୍ତ ଘଟଣାର ପର୍ଦ୍ଦାଫାଶ ରବିବାର ଆନ୍ଧ୍ର ପୋଲିସ କରିଛି। ଲୁଟ ହୋଇଥିବା ସମସ୍ତ ଟଙ୍କା ଉଦ୍ଧାର କରିବା ସହ ଲୁଟରେ ସାମିଲ (ଓଡ଼ିଶା) ନନ୍ଦପୁର ବ୍ଲକ ଗୋଲୁର ପଂଚାୟତ ବାଇଲିଗୁଡା ଅଂଚଳର ସନ୍ତୋଷ ମହାପାତ୍ର (୨୮) ଜୟପୁର ଅଂଚଳର ବିକାଶ କୋରା (୨୫) ଓ ସ୍ୱପ୍ନିଲ ଦୁରାଇ (୧୯)ଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ଲୁଟରେ ବ୍ୟବହୃତ ଓଡ଼ି୧୦ ଜେଡ ୧୭୯୮ ନମ୍ବର୍ ବିଶିଷ୍ଟ ସ୍କୁଟି, ତିନି ଗୋଟି ମୋବାଇଲ ଫୋନ୍ ଓ ଦୁଇଟି ଛୁରୀ ଜବତ କରିଛି। ଆନ୍ଧ୍ର ମୁଚିଙ୍ଗପୁଟ ପୁଲିସ ଥାନା କେସ ନ ୪୩/୨୦୨୫ ପ୍ରକାରେ ମାମଲା ରୁଜୁ କରି ଅଦାଲତ ଚାଲାଣ କରାଯାଇଥିବା ଆନ୍ଧ୍ର ଆଲୁରି ସିଥାରମନ ଜିଲା ପୋଲିସ ଆରକ୍ଷୀ ଅଧିକ୍ଷକ ଅମିତ୍ ବରଦାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଘଟଣା ଘଟିବାର ଅଢେଇ ଦିନ ମଧ୍ୟରେ ଲୁଟ ଟଙ୍କା ସହ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଥିବା ତଦନ୍ତ ଦଳର ମଦୁଗୁଲା ସର୍କଲ ସିଆଈ ଶ୍ରୀନିବାସ ରାଓ, ମୂଚିଙ୍ଗପୁଟ ଥାନା ଏସଆଇ ରାମ କୃଷ୍ଣା, ଆରକୁ ଥାନା ଏସଆଇ ଗୋପାଳ ରାଓ ରାଜୁ, ପେଦାବାଇଲି ଥାନା ଏସ୍‌ଆଇ କେ ରାମାନାଙ୍କ ସମେତ ୧୨ ଜଣଙ୍କୁ ପୁଲିସ ସମ୍ମାନରେ ସମ୍ମାନିତ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ତଦନ୍ତ ଦଳର ନେତୃତ୍ୱ ନେଇଥିବା ଡିଏସପି ଶେଖ୍ ସାହାବାଜ ଓ ଅନ୍ୟ ପୋଲିସ କର୍ତୃପକ୍ଷ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande