ଭଦ୍ରକ ଆରଟିଓ ଅଫିସ୍‌ରେ ଚାଲିଛି ଜଂଗଲୀ ରାଜ, ଏମ୍‌ଭିଆଇଙ୍କ କାମ କରୁଛି ଅସ୍ଥାୟୀ ରାତ୍ର ଜଗୁଆଳି
ଭଦ୍ରକ, ୪ ଅଗଷ୍ଟ (ହି.ସ.) - ବିଜୁ ଜନତା ଦଳର ଦୀର୍ଘ ୨୪ ବର୍ଷର ଶାସନ ପରେ ବିଜେପି ଦଳ ଏକକ ସଂଖ୍ୟା ଗରିଷ୍ଠତା ନେଇ ସରକାର ଗଠନର ୧୪ ମାସ ଇତିମଧ୍ୟରେ ବିତିଗଲାଣି। କିନ୍ତୁ ସରକାର ଗଠନ ପୂର୍ବରୁ ବିଜେପି ନିଜର ନିର୍ବାଚନ ଇସ୍ତାହାରରେ ଏକ ଦୁର୍ନୀତିମୁକ୍ତ ଓଡ଼ିଶା ଗଠନ କରିବ ବୋଲି ଯେଉଁ ସଂକଳ୍ପ ପତ୍ର ଜନସ
BHADRAK RTO OFFICE RE JANGLI RAJ


ଭଦ୍ରକ, ୪ ଅଗଷ୍ଟ (ହି.ସ.) - ବିଜୁ ଜନତା ଦଳର ଦୀର୍ଘ ୨୪ ବର୍ଷର ଶାସନ ପରେ ବିଜେପି ଦଳ ଏକକ ସଂଖ୍ୟା ଗରିଷ୍ଠତା ନେଇ ସରକାର ଗଠନର ୧୪ ମାସ ଇତିମଧ୍ୟରେ ବିତିଗଲାଣି। କିନ୍ତୁ ସରକାର ଗଠନ ପୂର୍ବରୁ ବିଜେପି ନିଜର ନିର୍ବାଚନ ଇସ୍ତାହାରରେ ଏକ ଦୁର୍ନୀତିମୁକ୍ତ ଓଡ଼ିଶା ଗଠନ କରିବ ବୋଲି ଯେଉଁ ସଂକଳ୍ପ ପତ୍ର ଜନସାଧାରଣଙ୍କୁ ଦେଇଥିଲା, ତାହା କିଭଳି ଭାବେ ଫସର ଫାଟୁଛି, ତାହାର ଏକ ନିଚ୍ଛଦ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲା ଆଂଚଳିକ ପରିବହନ କାର୍ଯ୍ୟାଳୟ କ୍ଷେତ୍ରରେ। ଏହି ପରିବହନ କାର୍ଯ୍ୟାଳୟଟି ଏବେ କୌଣସି ବିଭାଗୀୟ ଉଚ୍ଚ ପଦ ପଦବୀ ଅଧିକାରୀଙ୍କ ଅକ୍ତିଆରରେ ନାହିଁ। ଏଠାରେ ଚାଲିଛି ଠିକା ସଂସ୍ଥାର ଅସ୍ଥାୟୀ କର୍ମଚାରୀଙ୍କ ଜଂଗଲୀ ରାଜ। ଏଠାକୁ ଯେଉଁ ଅଧିକାରୀ ଆସିଲେ ମଧ୍ୟ ସେମାନେ ତାଙ୍କୁ ଏଭଳି ଅକ୍ଟୋପାସ୍ ଫାନ୍ଦରେ ଛନ୍ଦି ଦେଉଛନ୍ତି ଯେ ସେ ପୋଷା ଶୁଆ ପରି କେବଳ ସେମାନଙ୍କ ନାମ ଜପ କରିବାରେ ଲାଗିଛନ୍ତି। ଏବେ ଆମେ ଆସିବା ବାସ୍ତବ କ୍ଷେତ୍ରକୁ। ଖଜୁରୀ ଗଛର କି ଗୁଣ ଗାଇବା, ମୂଳରୁ ପାହାଚ ପାହାଚ ଭଳି ଏହି କାର୍ଯ୍ୟାଳୟର ମୂଳଠାରୁ ଅଗ ପର୍ଯ୍ୟନ୍ତ ସବୁଠି ଦୁର୍ନୀତିର ଚେର ଏଭଳି ବ୍ୟାପିଛି ଯେ ଏଠାରେ ଅସ୍ଥାୟୀ ଗାର୍ଡଟିଏ ବଡ ବଡ ଅଧିକାରୀଙ୍କ ବୋଲକରା ପାୱାର ହର୍ସ ସାଜିଛି। ଏଭଳି ଏକଛତ୍ରବାଦ ଦୁର୍ନୀତିପୂର୍ଣ୍ଣ କାର୍ଯ୍ୟର ଅଭିଯୋଗ ନେଇ ଯେ କେହି ଡେପୁଟି କମିଶନର ତଥା ଭାରପ୍ରାପ୍ତ ଆଂଚଳିକ ପରିବହନ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲାପାଳ ଏପରିକି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପର୍ଯ୍ୟନ୍ତ ଗଲେବି ଏମାନଙ୍କର ଗୋଟିଏ ବି ଲୋମ ହଲୁନାହିଁ। ଏଭଳି ଦୁର୍ନୀତିର ଗନ୍ତାଘର ପାଲଟିଥିବା ପରିବହନ କାର୍ଯ୍ୟାଳୟ ସଂପର୍କରେ ଅନୁସନ୍ଧାନ କଲେ ଯାହା ଜଣାଯାଏ ଏଠାରେ କାର୍ଯ୍ୟରତ ଅନେକ କର୍ମଚାରୀ ଭୁବନେଶ୍ୱର ଗ୍ରୁପ୍ -୫ ସିକ୍ୟୁରିଟୀ ସର୍ଭିସ୍‌, ଯାଜପୁର ଜିଲା ଗରିଆପୁରରେ ଥିବା ମେସର୍ସ ଆରଫିନ୍ ଏଜେନ୍ସି ଏବଂ କଟକ ପୁରୀ ରୋଡ୍‌ସ୍ଥିତ ଏନଏମ୍ ଏଂଟରପ୍ରାଇଜର୍ସ ଭଳି ୩ଟି ଆଟସ୍ ସୋର୍ସିିଂ କଂପାନୀ ଅଧୀନରେ କାର୍ଯ୍ୟ କରୁଛନ୍ତି। ସରକାର ଏଣେ ଏମାନଙ୍କୁ ଛଟେଇ କରିବାର ଯେଉଁ ନିର୍ଦ୍ଦେଶନାମା ଜାରି କରିଛନ୍ତି, ଏଠାରେ ତାହାର ଫଳ ଶୂନ। ଏପରିକି ସେମାନଙ୍କୁ ଛୋଟିଆ ଛୋଟିଆ ପଦ ମିଳିଥିଲେ ବି ସେମାନେ ବିନା ପୋଷାକରେ ଅଧିକାରୀଙ୍କ ଚାମ୍ବରର ଆସନରେ ବସି ସେମାନଙ୍କର ଅନଧିକାର କାର୍ଯ୍ୟ କରିଚାଲିଛନ୍ତି। ଯାହାର ଏକ ନମୁନା ହେଲା ଡ୍ରାଇଭିଂ ଟେଷ୍ଟିଂ ନେଉଥିବା ଏମ୍‌ଭିଆଇଙ୍କ ସ୍ଥାନରେ ଅସ୍ଥାୟୀ ଗାର୍ଡଟି ତାଙ୍କର କାର୍ଯ୍ୟକୁ ତୁଲାଉଚନ୍ତି। ଏପରିକି ମେକାନିକାଲ ଇଂଜିନିୟରର ପାଠ ପଢିଥିବା ଅଧିକାରୀମାନେ ଯେଉଁ ଫିଟ୍‌ନେସ ନିଜେ ନେଇଥାନ୍ତି, ତାହାକୁ ସଂପୃକ୍ତ ଗାର୍ଡଟି ବେଶ୍ ଚତୁରତାର ସହ କରିଚାଲିଛି। ଏଭଳି ବହୁ ଦୁର୍ନୀତିପୂର୍ଣ୍ଣ କାର୍ଯ୍ୟ ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଆସୁଥିବାବେଳେ ମାର୍ ମାର ଭଣ୍ଡାରିଆକୁ ମାର୍ ଭଳି କେବଳ ନାମକୁ ମାତ୍ର ଯେଉଁ କେତେକ କର୍ମଚାରୀଙ୍କୁ ଛଟେଇ କରିଥିଲେ, ସେମାନଙ୍କୁ ପୁଣି ଥରେ ପୁନଃ ଅବସ୍ଥାପିତ କରାଯାଇଛି ବୋଲି ଆଂଚଳିକ ପରିବହନ ଅଧ୍ୟକ୍ଷ ତଥା ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ ଏହି କାର୍ଯ୍ୟାଳୟର ଅତିରିକ୍ତ ପରିବହନ ଅଧିକାରୀ ତଥା ଭାରପ୍ରାପ୍ତ ଯାନ ନିରୀକ୍ଷକ ବେଆଇନ୍ ଭାବେ ଲାଂଗୁଡି ଟ୍ରାକ୍ କେନ୍ଦ୍ରରେ କାର୍ଯ୍ୟରତ ଜଣେ ଅଣତାଲିମ୍ ପ୍ରାପ୍ତ ପୋଷାକ ବିହୀନ ସୁରକ୍ଷା କର୍ମୀ (ରାତ୍ର ଜଗୁଆଳ)ଙ୍କୁ ନିଜେ କରୁଥିବା ଯାଂଚ ଓ ତନଖି କାର୍ଯ୍ୟରେ ନିୟୋଜିତ କରିଛନ୍ତି। କିନ୍ତୁ ଏ ସଂପର୍କରେ ଡେପୁଟି କମିଶନରଙ୍କୁ ଅନ୍ଧାରରେ ରଖାଯାଇଛି ବୋଲି ସେ କହିଛନ୍ତି। ଡେପୁଟି କମିଶନର ଏଠାରେ ଯୋଗଦେବା ପରେ ପୂର୍ବରୁ ଯେଉଁମାନେ ଯେଉଁ ପଦବୀରେ ଥିଲେ, ସେମାନଙ୍କୁ ସେହି ପଦବୀରେ କାର୍ଯ୍ୟ କରିବାର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସଂପୃକ୍ତ ଏମ୍‌ଭିଆଇ ଜଣକ ନିଜର ଏକଚାଟିଆ ନୀତିରେ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶକୁ ଫୁରେ ଉଡାଇ ଦେଇଛନ୍ତି। ତେଣୁ ଜିଲାପାଳ ଏ ସଂପର୍କରେ ନିରପେକ୍ଷ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଜନସାଧାରଣରେ ଚର୍ଚ୍ଚା ହେଉଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande