ଭଦ୍ରକ, ୬ ଅଗଷ୍ଟ (ହି.ସ.) - ଲାୟନ୍ସ କ୍ଲବ୍ ଭଦ୍ରକର ୪୫ତମ ଅଧିଷ୍ଠାନ ଉତ୍ସବ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୂତନ ସଭାପତି, ସଂପାଦକ ଓ କୋଷାଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ସଂପାଦକ ପ୍ରକାଶ ଜେନା ପରିଚାଳନା କରିଥିବାବେଳେ ସଭାପତି ଗୋବିନ୍ଦ ପ୍ରସାଦ ମୋର ସ୍ୱାଗତ ଭାଷଣ ଦେଇଥିଲେ । କାର୍ଯ୍ୟକ୍ରମରେ ଜେଡସି ନିରଞ୍ଜନ ଲାଲ ଗୁପ୍ତା, ଆରସି ପ୍ରସାଦ ଧଳ, ସେକେଣ୍ଡ ଭିଡିଜି ଅଶୋକ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସମ୍ମାନିତ ଅତିଥି ଭାବେ ପିଡିଜି ପ୍ରଫୁଲ୍ଲ କୁମାର ସାମଲ, ପିଡିଜି ଶରତ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିବାବେଳେ ମୁଖ୍ୟ ଅତିଥି ଭାବେ ଆଇପିଡିଜି ପ୍ରଲୁବ୍ଧ ଜେନା ଯୋଗ ଦେଇଥିଲେ । ସଭା ପ୍ରାରମ୍ଭରେ ସଭ୍ୟମାନଙ୍କ ଦ୍ୱାରା ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିିତ କରାଯାଇଥିଲା । ନୂତନ ସଭାପତି ଭାବେ ସୁରେଶ ଚନ୍ଦ୍ର ମହାନ୍ତି, ସଂପାଦକ ଭାବେ ପୂର୍ଣ୍ଣଚନ୍ଦ୍ର ସେନ ଓ କୋଷାଧ୍ୟକ୍ଷ ଭାବେ ପ୍ରକାଶ କୁମାର ଜେନା ଦାୟିତ୍ୱ ଗ୍ରହଣ କରିଥିଲେ । ଅଧିଷ୍ଠାନ ଉତ୍ସବ ପାଳନ ଅବସରରେ ଗରିବ ଓ ଅସହାୟଙ୍କୁ ପୂର୍ବଭଳି କ୍ଲବ୍ ତରଫରୁ କିଭଳି ସହାୟତା ଜାରି ରହିବ, ସେ ନେଇ ସବିଶେଷ ଆଲୋଚନା ହୋଇଥିଲା । ପରେ ଜିଲାର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭାଧରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ