ଗୋରୁ ବୋଝେଇ ଗାଡିକୁ ଧରିଲେ ଗୋ ରକ୍ଷକ, ଘଟଣାସ୍ଥଳରେ ଉତେଜନା, ୧୨ ଗୋରୁ ଉଦ୍ଧାର
ଭଦ୍ରକ, ୬ ଅଗଷ୍ଟ (ହି.ସ.) - ଆଜି ଏକ ବେଆଇନ ଗୋରୁ ବୋଝେଇ ଯାଇଲୋ ଗାଡି କୁ ଗୋଡ଼ାଇ ଗୋଡ଼ାଇ ଧରିଲେ ଗୋ ରକ୍ଷକ। ଆନନ୍ଦ ପୁର ରୁ ଭଦ୍ରକ ଆସୁଥିବା ବେଳେ ରାନ୍ଦିଆ ବଜାର ନିକଟ ରେ ଧରି ଉଦ୍ଧାର କଲେ ଗୋ ରକ୍ଷକ ମାନେ। ଭେନ ଭିତରୁ ୧୨ ଟି ଗୋରୁ ଉଦ୍ଧାର ହୋଇଛି। ଉତ୍ୟକ୍ତ ଲୋକ ଙ୍କ ଦ୍ୱାରା ଗାଡି ଭଙ୍ଗାରୁଜା ହୋଇ
GORU BOJHEI GADI JABAT


ଭଦ୍ରକ, ୬ ଅଗଷ୍ଟ (ହି.ସ.) - ଆଜି ଏକ ବେଆଇନ ଗୋରୁ ବୋଝେଇ ଯାଇଲୋ ଗାଡି କୁ ଗୋଡ଼ାଇ ଗୋଡ଼ାଇ ଧରିଲେ ଗୋ ରକ୍ଷକ। ଆନନ୍ଦ ପୁର ରୁ ଭଦ୍ରକ ଆସୁଥିବା ବେଳେ ରାନ୍ଦିଆ ବଜାର ନିକଟ ରେ ଧରି ଉଦ୍ଧାର କଲେ ଗୋ ରକ୍ଷକ ମାନେ। ଭେନ ଭିତରୁ ୧୨ ଟି ଗୋରୁ ଉଦ୍ଧାର ହୋଇଛି। ଉତ୍ୟକ୍ତ ଲୋକ ଙ୍କ ଦ୍ୱାରା ଗାଡି ଭଙ୍ଗାରୁଜା ହୋଇଥିବାବେଳେ ଘଟଣା ସ୍ଥଳରେ ଉତେଜନା ପରେ ଭଦ୍ରକ ଗ୍ରାମାଂଚଳ ପୋଲିସ ପହଂଚି ଉତ୍ୟକ୍ତ ଲୋକ ଙ୍କ ସହିତ ଆଲୋଚନା କରିବା ସହିତ ଉଦ୍ଧାର ଗୋରୁ ଗୁଡିକୁ ଗୋଶାଳାକୁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛି। ତେବେ ଏହି ରାସ୍ତାରେ ବାରମ୍ବାର ଗୋରୁ ଚାଲାଣ ହେଉ ଥିଲେ ମଧ୍ୟ ପୋଲିସ କିଛି ପଦକ୍ଷେପ ନେଉ ନ ଥିବାରୁ ସ୍ଥାନୀୟ ଲୋକ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande