ଅଭିଯୋଗ ଶୁଣିଲେ ବିଏମସି କମିଶନର ଚଂଚଳ ରାଣା
ଭୁବନେଶ୍ୱର, ୦୪ ଅଗଷ୍ଟ (ହି.ସ )- ବିଏମସି କମିଶନର ଭାବେ ଯୋଗ ଦେବା ପରେ ପ୍ରଥମ ଥର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କରିଛନ୍ତି କମିଶନର ଚଂଚଳ ରାଣା। ଲୋକଙ୍କର ବିଭିନ୍ନ ପ୍ରକାରର ସମସ୍ୟା ଶୁଣିବା ସହ ପୂରଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି ଡ୍ରେନେଜ,ଜବରଦଖଲ ଉଚ୍ଛେଦ,ଭତା, ଜଳବନ୍ଦୀ ଆଦି ବିଭ
ଅଭିଯୋଗ ଶୁଣିଲେ ବିଏମସି କମିଶନର ଚଂଚଳ ରାଣା


ଭୁବନେଶ୍ୱର, ୦୪ ଅଗଷ୍ଟ (ହି.ସ )- ବିଏମସି କମିଶନର ଭାବେ ଯୋଗ ଦେବା ପରେ ପ୍ରଥମ ଥର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କରିଛନ୍ତି କମିଶନର ଚଂଚଳ ରାଣା। ଲୋକଙ୍କର ବିଭିନ୍ନ ପ୍ରକାରର ସମସ୍ୟା ଶୁଣିବା ସହ ପୂରଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି ଡ୍ରେନେଜ,ଜବରଦଖଲ ଉଚ୍ଛେଦ,ଭତା, ଜଳବନ୍ଦୀ ଆଦି ବିଭିନ୍ନ ସମସ୍ୟା ତା ସହ ବେଆଇନ ନିର୍ମାଣ ଆଦି ସମସ୍ୟା ନେଇ ଅଭିଯୋଗ ଆସିଥିଲା। ଯେଉଁ ଗୁଡିକ ଦିନେ ଦୁଇ ଦିନ ଭିତରେ ସମାଧାନ ସମ୍ଭବ ତାହା କରିବୁ ଅନ୍ୟ ଗୁଡ଼ିକ ମଧ୍ୟ ତୁରନ୍ତ ସମାଧାନ ପାଇଁ ଚେଷ୍ଟା କରିବୁ। କିଛି ବସ୍ତି ଲୋକ ଆସିଥିଲେ ଯେଉଁମାନଙ୍କୁ ସରକାରୀ ଯୋଜନା ଅନୁସାରେ ସୁବିଧା ଦିଆଯିବ। ତା ସହ କିଛି ବସ୍ତି ଲୋକଙ୍କୁ ଚିହ୍ନଟ କରାଯାଇଛି ଆଗାମୀ ଦିନରେ ସେମାନଙ୍କୁ ଥଇଥାନ କରାଯିବ। ସରକାରଙ୍କ ଆବାସ ଯୋଜନାରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରି ଘର ଯୋଗାଇ ଦିଆଯିବ। ସେହିଭଳି କିଛି ୱାର୍ଡରେ ପାଣି ଜମୁଛି। ବିଲ ଜାଗା ଗୁଡିକରେ ଲୋକେ ଘର କରିଛନ୍ତି। ଯାହା ସ୍ୱତନ୍ତ୍ର ପ୍ଲାନରେ ହୋଇନି ସେଥିପ୍ରତି ମଧ୍ୟ ବିଡ଼ିଏ ଓ ବିଏମସି ମିଳିତ ଭାବେ ଧ୍ୟାନ ଦେଉଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande