୬ରେ ରାଜ୍ୟ ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବ ବି ଏମ୍ ଏସ୍
ଭୁବନେଶ୍ୱର, ୦୪ ଅଗଷ୍ଟ (ହି.ସ )- ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଆସନ୍ତା ୬ ତାରିଖରେ ରାଜ୍ୟ ଶ୍ରମ କାର୍ଯ୍ୟାଳୟ ସମ୍ନାରେ ବିଏମଏସର ଅନିର୍ଦ୍ଦିଷ୍ଟ କାଳ ଧାରଣା ପ୍ରଦର୍ଶନ କରିବ ବୋଲି ଭାରତୀୟ ମଜଦୁର ସଂଘର ବରିଷ୍ଠ ଉପ ସଭାପତି ଶାନ୍ତନୁ ମହାପାତ୍ର ସୂଚନା ଦେଇଛନ୍ତି। ସରକାର ଦାବୀ ପୁରଣ ଦିଗର
୬ରେ ରାଜ୍ୟ ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବ ବି ଏମ୍ ଏସ୍


ଭୁବନେଶ୍ୱର, ୦୪ ଅଗଷ୍ଟ (ହି.ସ )- ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଆସନ୍ତା ୬ ତାରିଖରେ ରାଜ୍ୟ ଶ୍ରମ କାର୍ଯ୍ୟାଳୟ ସମ୍ନାରେ ବିଏମଏସର ଅନିର୍ଦ୍ଦିଷ୍ଟ କାଳ ଧାରଣା ପ୍ରଦର୍ଶନ କରିବ ବୋଲି ଭାରତୀୟ ମଜଦୁର ସଂଘର ବରିଷ୍ଠ ଉପ ସଭାପତି ଶାନ୍ତନୁ ମହାପାତ୍ର ସୂଚନା ଦେଇଛନ୍ତି। ସରକାର ଦାବୀ ପୁରଣ ଦିଗରେ କୌଣସି ପଦକ୍ଷେପ ନେଇ ନାହାନ୍ତି । ଦାବୀ ଗୁଡିକ ମଧ୍ୟରେ,ବର୍ଷେରୁ ଉର୍ଦ୍ଧ ହୋଇଗଲାଣି ପଞ୍ଜିକରଣ ପାଇଁ ଆବେଦନ କରାଯାଇଥିବା ଏକ ସଂଗଠନ ଞ୍ଚ ଅଲ ଓଡିଶା ହସ୍ପିଟାଲସ କର୍ମଚାରୀ ସଂଘ ଆଜି ପର୍ଯ୍ୟନ୍ତ ପଞ୍ଜିକରଣ ହୋଇପାରିଲା ନାହିଁ, କେନ୍ଦୁଝର ଜିଲ୍ଲାରେ ଥିବା ଏସାର ମାଇନିଙ୍ଗ୍ . ରେ ଆଦିବାସୀ ମହିଳା ଶ୍ରମିକମାନଙ୍କୁ ଛଟେଇ କରିବା ଏବଂ ଶ୍ରମିକ ମାନଙ୍କର ନାର୍ଯ୍ୟ ପ୍ରାପ୍ୟ ପ୍ରଦାନ କରାନଯିବା, ଏମ ଏସ ପି ସ୍ପଞ୍ଜ ଆଇରନ ରେ ଶ୍ରମିକ ସଂଘର ସାଧାରଣ ସମ୍ପାଦକ ଏବଂ ଅନ୍ୟ କାର୍ଯ୍ୟକର୍ତା ମାନଙ୍କୁ ବେଆଇନ ଭାବରେ ବହିଷ୍କାର କରିବା, କୁସୁମ ପାୱାର . ରେ ଶ୍ରମିକ ମାନଙ୍କୁ ପୁନଃ ନିଯୁକ୍ତି ସହ ପ୍ରଦାନ କରିବା କଟକ ବିକେ ଷ୍ଟିଲ୍ . ରେ ପୂର୍ବ ଶ୍ରମିକମାନଙ୍କୁ ଅଗ୍ରାଧିକାର ଭିଭିରେ ନିଯୁକ୍ତି ପ୍ରଦାନ କରିବା ପାଇଁ ଏକ ଚୁକ୍ତିନାମା ସଂଗଠନ ସହ ହୋଇ ଥୁଲା ଯାହା ଆଜିପର୍ଯ୍ୟନ୍ତ ହୋଇପାରିଲାନାହିଁ, ଏତଦ ବ୍ୟତୀତ ରାଜ୍ୟରେ ଅନେକ ଘରୋଇ ଉଦ୍ୟୋଗରେ ଲାଗୁ କରାଯାଉ ନାହିଁ ଇତ୍ୟାଦି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande