ଶିମିଳିପାଳ ଚିତ୍ରକଳା ଶିବିର ଉଦଯାପିତ ମହାରାଜା ହେଲେ ଜିଲ୍ଲା ଆର୍ଟିଷ୍ଟ ସଂଘର ସଭାପତି
ବାରିପଦା, ୪ ଅଗଷ୍ଟ (ହି.ସ.) - ମୟୁରଭଞ୍ଜ ଆର୍ଟିଷ୍ଟ ସଂଘ ଆନୁକୂଲ୍ୟରେ ଆୟୋଜିତ ଶିମିଳିପାଳ ଚିତ୍ରକଳା ଶିବିର ଉଦଯାପିତ ହୋଇଯାଇଛି। ଶିବିର ପ୍ରଥମ ୨ ଦିନ କାକରପାଣି ସ୍ଥିତ ଶିମିଳିପାଳ ଇକୋ ରିଟ୍ରେଟରେ ଅନୁଷ୍ଠିତ ହୋଇଥିଲା। ଏହାପରେ ଉଦଯାପନୀ ଉତ୍ସବ ବାରିପଦା ସ୍ଥିତ ଲାୟୋନ୍ସ କ୍ଳବରେ ଅନୁଷ୍ଠିତ ହୋଇଥିଲ
Chitra Kala


Pradarshani


ବାରିପଦା, ୪ ଅଗଷ୍ଟ (ହି.ସ.) - ମୟୁରଭଞ୍ଜ ଆର୍ଟିଷ୍ଟ ସଂଘ ଆନୁକୂଲ୍ୟରେ ଆୟୋଜିତ ଶିମିଳିପାଳ ଚିତ୍ରକଳା ଶିବିର ଉଦଯାପିତ ହୋଇଯାଇଛି। ଶିବିର ପ୍ରଥମ ୨ ଦିନ କାକରପାଣି ସ୍ଥିତ ଶିମିଳିପାଳ ଇକୋ ରିଟ୍ରେଟରେ ଅନୁଷ୍ଠିତ ହୋଇଥିଲା। ଏହାପରେ ଉଦଯାପନୀ ଉତ୍ସବ ବାରିପଦା ସ୍ଥିତ ଲାୟୋନ୍ସ କ୍ଳବରେ ଅନୁଷ୍ଠିତ ହୋଇଥିଲା। ଚିତ୍ରଶିଳ୍ପୀ ଚାରୁ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଯୋଗ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଚିତ୍ରଶିଳ୍ପୀ ସ୍ୱର ବିହାରୀ ଦାସ ଏବଂ ଚିତ୍ର ଶିଳ୍ପୀ କଲ୍ୟାଣ ବାରିକ ଉପସ୍ଥିତ ଥିଲେ। ସର୍ବସମତି କ୍ରମେ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଙ୍କୁ ସଂଘ ସଭାପତି ରୂପେ ଚୟନ କରାଯାଇଥିଲା। ଶିମିଳିପାଳର କଳା ବାଘ ନେଇ ଚିତ୍ରକଳାର ବିଷୟ ବସ୍ତୁ ଥିଲା। ସମସ୍ତ ଚିତ୍ରଶିଳ୍ପୀଙ୍କ ମଧ୍ୟରେ କଳା ବାଘ ପ୍ରତି ଚିନ୍ତାଧାରାକୁ ରଙ୍ଗତୁଳିରେ ଜୀବନ୍ତ ରୂପ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଚିତ୍ରଶିଳ୍ପୀ ଅମ୍ରିତା ପଟ୍ଟନାୟକ, ଦିଲୀପ ସିଂ, ଦିବ୍ୟରଞ୍ଜନ ରାଉତ, ମହେନ୍ଦ୍ର ନାଥ ଦଣ୍ଡପାର୍ଟ, ମାନସ ପତି, ନିବେଦିତା ମହାନ୍ତ, ଶଶିବ ଦାସ, ସ୍ୱରୂପ କୁମାର ପଳେଇ, ସ୍ୱରୂପ ନାୟକ, ସ୍ୱୟମ ଆଦିତ୍ୟ ମହାପାତ୍ର, ଶୁଭସ୍ମିତା ଭାରତୀ ହୋତା, ଶପଥ ଦାସ, ଅମୋରେଶ ବଂଶୁରୀ, ହୃଦାନନ୍ଦ ପଟ୍ଟନାୟକ, ସୁଧା ପଟ୍ଟନାୟକ, ରାଜେଶ କେଶରୀ ଜେନା ପ୍ରମୁଖ ଚିତ୍ରଶିଳ୍ପୀ ଅଂଶଗ୍ରହଣ କରିଥିବା ବେଳେ ବହୁ କଳା ପ୍ରେମୀ ଏବଂ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande