ପରିବା ଦର ବୃଦ୍ଧିକୁ ନେଇ ଗ୍ରାହକ ଅସନ୍ତୋଷ
ମୁଖୀଗୁଡା, ୪ ଅଗଷ୍ଟ (ହି.ସ.)- କଳାହାଣ୍ଡି ଜିଲ୍ଲା ଜୟପାଟଣାରେ ପରିବା ଦର ଆକାଶ ଛୁଆଁ ହୋଇଯାଇଛି । ଆଜି ଟମାଟୋ କିଲୋ ୮୦ ଟଙ୍କାରେ ବିକ୍ରି ହୋଇଥିବା ବେଳେ ଦେଶୀ କାଙ୍କଡ଼ କିଲୋ ୨୦୦ ଟଙ୍କା, ସଜନା ୧୨୦ ଟଙ୍କା, ବାଇଗଣ ୬୦ ଟଙ୍କା,ପୋଟଳ ୮୦ ଟଙ୍କା,ଭେଣ୍ଡି ୬୦ ଟଙ୍କା, କୁନ୍ଦୁରି ୬୦ ଟଙ୍କା,ବିନ୍ସ ୮୦
ପରିବା ଦର ବୃଦ୍ଧିକୁ ନେଇ ଗ୍ରାହକ ଅସନ୍ତୋଷ


ମୁଖୀଗୁଡା, ୪ ଅଗଷ୍ଟ (ହି.ସ.)- କଳାହାଣ୍ଡି ଜିଲ୍ଲା ଜୟପାଟଣାରେ ପରିବା ଦର ଆକାଶ ଛୁଆଁ ହୋଇଯାଇଛି । ଆଜି ଟମାଟୋ କିଲୋ ୮୦ ଟଙ୍କାରେ ବିକ୍ରି ହୋଇଥିବା ବେଳେ ଦେଶୀ କାଙ୍କଡ଼ କିଲୋ ୨୦୦ ଟଙ୍କା, ସଜନା ୧୨୦ ଟଙ୍କା, ବାଇଗଣ ୬୦ ଟଙ୍କା,ପୋଟଳ ୮୦ ଟଙ୍କା,ଭେଣ୍ଡି ୬୦ ଟଙ୍କା, କୁନ୍ଦୁରି ୬୦ ଟଙ୍କା,ବିନ୍ସ ୮୦ ଟଙ୍କା, ପତ୍ର କୋବି ୬୦ ଟଙ୍କା ଦର ରହିଛି । ଏସବୁ ପରିବା ଦର ଶୁଣି ଗରିବ ଲୋକ କିଣିବାକୁ ସାହସ ଜୁଟାଇ ପାରୁନାହାନ୍ତି । ଜୟପାଟଣା ଅଞ୍ଚଳରେ ପରିବା ଚାଷ ପର୍ଯ୍ୟାପ୍ତ ପରିମାଣରେ ହେଉନଥିବା ବେଳେ ପ୍ରତିଦିନ କେତେକ ବେପାରୀ ଉମରକୋଟ ଅଞ୍ଚଳରୁ ପରିବା ଆଣି ଚଢ଼ା ଦରରେ ହୋଲସେଲରେ ବିକ୍ରି କରୁଛନ୍ତି। ଚଢ଼ା ଦରରେ କିଣା ହେଉଥିବାରୁ ଅଧିକ ମୂଲ୍ୟରେ ବିକ୍ରି କରିବାକୁ ପଡୁଛି ବୋଲି ଖୁଚୁରା ବେପାରୀ କହୁଛନ୍ତି। ଅହେତୁକ ପରିବା ଦର ବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ଦର ନିୟନ୍ତ୍ରଣ କରାଯାଉନାହିଁ, ଫଳରେ ଗରିବଙ୍କ ଉପରେ ବୋଝ ପଡୁଛି । ଏହାର ପ୍ରତିକାର ପାଇଁ ସାଧାରଣରେ ଦାବି ହେଉଛି ।

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande