ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚାଷ ଜମିରୁ ଶବ ଉଦ୍ଧାର
ଜୟପୁର, ୪ ଅଗଷ୍ଟ (ହି.ସ.) - କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡ଼ି ପଂଚାୟତ ସଦର ମହକୁମା ସ୍ଥିତ ବିଏସଏଫ କ୍ୟାମ୍ପ ନିକଟରେ ଥିବା ଚାଷ ଜମିରୁ ଜଣେ ବ୍ୟକ୍ତି ଙ୍କ ଶବ ଉଦ୍ଧାର । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶବ ପଡିଥିବା ଦେଖି ସ୍ଥାନୀୟ ଲୋକେ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ହ
ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚାଷ ଜମିରୁ ଶବ ଉଦ୍ଧାର


ଜୟପୁର, ୪ ଅଗଷ୍ଟ (ହି.ସ.) - କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡ଼ି ପଂଚାୟତ ସଦର ମହକୁମା ସ୍ଥିତ ବିଏସଏଫ କ୍ୟାମ୍ପ ନିକଟରେ ଥିବା ଚାଷ ଜମିରୁ ଜଣେ ବ୍ୟକ୍ତି ଙ୍କ ଶବ ଉଦ୍ଧାର । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶବ ପଡିଥିବା ଦେଖି ସ୍ଥାନୀୟ ଲୋକେ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ହତ୍ୟା ଅଭିଯୋଗ ନେଇ ଥାନା ଦ୍ୱାରସ୍ଥ ହୋଇଥିଲେ । ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଛି । ମୃତକ ଅଣ୍ଡରାଯୋଡି ଗ୍ରାମର ଧନ ଭୁମିଆ (୫୫) । ସୂଚନା ଅନୁଯାଇ, ଧନ ଭୁମିଆ ନିଜ ଭଉଣୀ ଫୁଲମତୀ ହାଲୁଆ ଙ୍କ ଘରକୁ ଗତକାଲି ଆସି ଦଣ୍ଡାବାଡି ସାପ୍ତାହିକ ହାଟକୁ ବୁଲିବା ପାଇଁ ବାହାରିଥିଲେ। ସାପ୍ତାହିକ ହାଟରୁ ମାଠପାଡିଆଗୁଡା ଗ୍ରାମର ଜଣେ ମହିଳାଙ୍କ ସହ ଚାଷ ଜମି ଦେଇ ଯାଇଥିବା ଭଉଣୀ ଫୁଲମତୀ ଦେଖିଥିଲେ । ଆଜି ସକାଳୁ ସ୍ଥାନୀୟ ରଘୁନାଥ ପୂଜାରୀ ନାମକ ଚାଷୀ ସେହି ଜମି ଦେଇ ଯାଉଥିବା ବେଳେ ବିଲରେ ରକ୍ତାକ୍ତ ଓ କ୍ଷତାକ୍ତ ମୃତଦେହ ପଡ଼ିଥିବା ଦେଖିଥିଲେ। ମୃତକଙ୍କୁ ଚିହ୍ନଟ କରିବା ପରେ ଧନ ଭୁମିଆଙ୍କ ଭଉଣୀଙ୍କୁ ଖବର ଦେଇଥିଲେ। ଭଉଣୀ ମୃତଦେହ ଦେଖିବା ପରେ ହତ୍ୟା ଅଭିଯୋଗ ନେଇ ବୈପାରୀଗୁଡା ଥାନାରେ ଏତଲା ଦେଇଥିଲେ । ଅଭିଯୋଗକୁ ଭିତି କରି ସାଇନଟିଫିକ ଟିମ ଏବଂ ବୈପାରିଗୁଡା ଥାନାଅଧିକାରୀ ରଶ୍ମି ରଞ୍ଜନ ପ୍ରଧାନ, ଏସ ଆଇ ଧିରେନ ବାରିକ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande