ଅପାରଗ ସିଡିଏମଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
ପୁରୀ, ୪ ଅଗଷ୍ଟ (ହି.ସ.)- ପୁରୀ ଜିଲ୍ଲା ମୁଖ୍ଯ ଚିକିତ୍ସା ଅଧିକାରୀ ଡାକ୍ତର ଅକ୍ଷୟ ଶତପଥୀଙ୍କ ଅପାରଗ ପଣିଆ ଯୋଗୁ ଜିଲ୍ଲାର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଓ କିରାଣି ମାନେ ତାଙ୍କ ଆଦେଶକୁ ମାନୁନାହାନ୍ତି । ୧୬ ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରେ ବାଇଓମେଟ୍ରିକ ମେସିନ ଲାଗିନାହିଁ
ଅପାରଗ ସିଡିଏମଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି


ପୁରୀ, ୪ ଅଗଷ୍ଟ (ହି.ସ.)- ପୁରୀ ଜିଲ୍ଲା ମୁଖ୍ଯ ଚିକିତ୍ସା ଅଧିକାରୀ ଡାକ୍ତର ଅକ୍ଷୟ ଶତପଥୀଙ୍କ ଅପାରଗ ପଣିଆ ଯୋଗୁ ଜିଲ୍ଲାର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଓ କିରାଣି ମାନେ ତାଙ୍କ ଆଦେଶକୁ ମାନୁନାହାନ୍ତି । ୧୬ ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରେ ବାଇଓମେଟ୍ରିକ ମେସିନ ଲାଗିନାହିଁ । ୧୫ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୪ ଘଣ୍ଟିଆ ଡାକ୍ତରୀ ସୁବିଧା ନାହିଁ । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଡାକ୍ତର ଆସୁନଥିଲେ ମଧ୍ୟ କିରାଣି ମାସିକ ଦରମା ବିଲ ପାସ କରୁଥିବା ଅଭିଯୋଗ ହେଉଛି । ଜିଲ୍ଲା ମୁଖ୍ଯ ଚିକିତ୍ସାଳୟର ଗେଜେଟେଡ ଉପବିଭାଗ କିରାଣି ଲିଙ୍ଗରାଜ ମହାନ୍ତି ଓ ଟୁଲୁ ସ୍ବାଇଁ ଡାକ୍ତର ମାନଙ୍କ ଠାରୁ ମାସିକିଆ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଛି । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନ କରୁନଥିବାରୁ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି । ଏ ସଂପର୍କରେ ଯୁବ ଆଇନଜୀବୀ ଦିଲ୍ଲୀପ କୁମାର ବରାଳ ଜିଲ୍ଲାପାଳଙ୍କ ନିକଟରେ ସିଡିଏମଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande