ସ୍ବାଧୀନତା ପ୍ରାପ୍ତିର ୭୮ ବର୍ଷ ପରେବି ଗାଁକୁ ବିଦ୍ଯୁତ୍ ସେବା ଅପହଞ୍ଚ
ସମ୍ବଲପୁର, ୪ ଅଗଷ୍ଟ (ହି.ସ.)- ଭାରତବର୍ଷ ସ୍ବାଧୀନତା ପ୍ରାପ୍ତିର ୭୮ ବର୍ଷ ପରେବି ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକର ଏକ ଗ୍ରାମରେ ବିଦ୍ୟୁତ ସେବା ଅପହଞ୍ଚ। ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ଜନସଂଖ୍ୟାଗତ ରୂପରେଖା (ପ୍ରୋଫାଇଲ୍) ସୂଚନା ଅନୁଯାୟୀ, ଓଡ଼ିଶା ରା
ସ୍ବାଧୀନତା ପ୍ରାପ୍ତିର ୭୮ ବର୍ଷ ପରେବି ଗାଁକୁ ବିଦ୍ଯୁତ୍ ଅପହଞ୍ଚ


ସ୍ବାଧୀନତା ପ୍ରାପ୍ତିର ୭୮ ବର୍ଷ ପରେବି ଗାଁକୁ ବିଦ୍ଯୁତ୍ ଅପହଞ୍ଚ


ସମ୍ବଲପୁର, ୪ ଅଗଷ୍ଟ (ହି.ସ.)- ଭାରତବର୍ଷ ସ୍ବାଧୀନତା ପ୍ରାପ୍ତିର ୭୮ ବର୍ଷ ପରେବି ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକର ଏକ ଗ୍ରାମରେ ବିଦ୍ୟୁତ ସେବା ଅପହଞ୍ଚ। ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ଜନସଂଖ୍ୟାଗତ ରୂପରେଖା (ପ୍ରୋଫାଇଲ୍) ସୂଚନା ଅନୁଯାୟୀ, ଓଡ଼ିଶା ରାଜ୍ୟରେ ମୋଟ ଗ୍ରାମ ସଂଖ୍ୟା ୫୩,୮୪୫, ଯେଉଁଥିରୁ ୪୭,୫୨୯ ଗ୍ରାମ ହେଉଛି ଜନବସତି ଗ୍ରାମ, ଯେଉଁଠାରେ ହାରାହାରି ୩୮.୬୬% ଲୋକ ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ଅଟନ୍ତି। ସରକାରୀ ସୁତ୍ର ଓଡ଼ିଶାର ବିଦ୍ୟୁତ୍ କ୍ଷେତ୍ରର ସ୍ଥିତି ଅନୁଯାୟୀ, ସମସ୍ତ ୪୭,୫୨୯ ଗ୍ରାମକୁ ବିଦ୍ୟୁତୀକରଣ କରାଯାଉଛି। ହେଲେ ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଲକ, ସାଲେଡୁଙ୍ଗ୍ରି ପଡ଼ା, ପୋଷ୍ଟ/ପଞ୍ଚାୟତ/ଗ୍ରାମ ଲିପିଣ୍ଡାର ଅନୁସୂଚିତ ଜାତି ବର୍ଗର ପ୍ରାୟ ୨୫ ପରିବାରର ଲୋକଙ୍କ ଅଭିଯୋଗ ଅନୁଯାୟୀ, ସେମାନେ ଉକ୍ତ ଗ୍ରାମର ଅଗଣାରେ ଜଙ୍ଗଳ କୁ ଲାଗି ବାସ କରୁଅଛନ୍ତି ଏବଂ ସେମାନଙ୍କ ଅଞ୍ଚଳରେ କୌଣସି ବିଦ୍ୟୁତୀକରଣର ସୁବିଧା ନାହିଁ। ୦୪/୦୮/୨୦୨୫ ତାରିଖର ପତ୍ର ମାଧ୍ୟମରେ ସେମାନେ ସମ୍ବଲପୁର ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଜିଲ୍ଲାପାଳଙ୍କୁ, ବ୍ଲକ-ଜୁଜୁମୁରା, ଲିପିଣ୍ଡା ଗ୍ରାମର ସାଲେଡୁଙ୍ଗ୍ରି ପଡ଼ା ରେ ବିଦ୍ୟୁତୀକରଣ ସୁବିଧା ସକାଶେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିବେଦନ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande