ଜୟପୁର, ୪ ଅଗଷ୍ଟ (ହି.ସ.) - ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢାଉ କରି ୨ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ସଲପିଆଗୁଡାର ଲକ୍ଷ୍ମଣ ପୁଜାରୀ (୪୦) ଓ ରାଉଳିଗୁଡା ମଙ୍ଗଳ ଦାୟୀ ଗାଧବା । ସୂଚନା ଅନୁଯାଇ ଦେଶି ମଦ ଚାଲାଣ ହେଉଥିବା ସୂଚନା ପାଇ ଜୟପୁର ଅବକାରି ଥାନା ଆଜି ସଲପିଆଗୁଡା ଓ ରାଉଳିଗୁଡା ଗ୍ରାମ ରାସ୍ତାରେ ଚଢାଉ କରି ୧୯ ଲିଟର ଦେଶ ମଦ ଜବତ କରିଛି । ଗିରଫ ଦୁଇ ଅଭିଯୁକ୍ତକୁ ୫ଟାରେ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜୟପୁର ଅବକାରି ଥାନା ତରଫରୁ ସୂଚନା ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି