ଫାଇଲେରିଆ ନିରାକରଣ ଅଭିଯାନ
ସମ୍ବଲପୁର, ୪ ଅଗଷ୍ଟ (ହି.ସ.) - ଫାଇଲେରିଆ ନିରାକରଣ ଅଭିଯାନରେ ସାମୂହିକ ଔଷଧ ସେବନ ନେଇ ଆଜି ବ୍ୟାପକ ସଚେତନତା ଓ ଅଭିମୁଖିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ଓ ଅଭିମୁଖିକରଣ କାର୍ଯ୍ୟକ୍ରମ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଅଇଣ୍ଠାପାଲି ଠାରେ ସ୍ୱାସ୍ଥ୍ୟ ବିଭାଗର ଦ୍ୱାର
ଫାଇଲେରିଆ  ନିରାକରଣ ଅଭିଯାନ


ଫାଇଲେରିଆ  ନିରାକରଣ ଅଭିଯାନ


ସମ୍ବଲପୁର, ୪ ଅଗଷ୍ଟ (ହି.ସ.) - ଫାଇଲେରିଆ ନିରାକରଣ ଅଭିଯାନରେ ସାମୂହିକ ଔଷଧ ସେବନ ନେଇ ଆଜି ବ୍ୟାପକ ସଚେତନତା ଓ ଅଭିମୁଖିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ଓ ଅଭିମୁଖିକରଣ କାର୍ଯ୍ୟକ୍ରମ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଅଇଣ୍ଠାପାଲି ଠାରେ ସ୍ୱାସ୍ଥ୍ୟ ବିଭାଗର ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ଏହି କାର?୍ୟ୍ୟକ୍ରମରେ ଆଗାମୀ ଅଗଷ୍ଟ ମାସ ୧୦ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସାମୂହିକ ଔଷଧ ସେବନ ସମ୍ବନ୍ଧିତ ବିସ୍ତୃତ ବିବରଣୀ ବିଷୟରେ ପାୱାର ପଏଂଟ ମାଧ୍ୟମରେ ଉପସ୍ଥିତ ବିପିଏମ୍‌, ଏନଜିଓ କର୍ମକର୍ତା, ସାମ୍ବାଦିକ ଏବଂ ସ୍ୱେଚ୍ଛାସେବୀଙ୍କୁ ସଚେତନ କରାଯାଇଥିଲା। ସୂଚନା ଅନୁଯାୟୀ ଆଗାମୀ ଅଗଷ୍ଟ ମାସ ୧୦ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ଲିମ୍ଫାଟିକ ଫାଇଲେରିଆ ନିରାକରଣ ପାଇଁ ବ୍ୟାପକ ଔଷଧ ସେବନ(ଏମଡିଏମ୍‌) ଆୟୋଜିତ ହେବ। ଏହି ଅଭିଯାନ ରେ ଫାଲେରିଆ ପ୍ରତିରୋଧକ ଡ଼ି.ଇ.ସି, ଆଲବେଣ୍ଡାଜଲ ଓ ଆଇଭରମେକ୍ଟିନ୍ ର ଔଷଧ ସେବନ କରାଯିବ। କେବଳ ଆଶା କର୍ମୀ/ ଅଙ୍ଗନବାଡ଼ି କର୍ମୀ କିମ୍ବା ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀଙ୍କ ଉପସ୍ଥିତିରେ ଏହି ବଟିକା ଖାଇବା ନିମନ୍ତେ ସମସ୍ତଙ୍କୁ ଅନୁରୋଧ । ଏହି କାର୍ଯ୍ୟକ୍ରମ ପଂଚାୟତ ଓ ଗ୍ରାମ ସ୍ତରରେ ଆୟୋଜନ କରାଯିବ। ଯେଉଁଥିପାଇଁ ନିର୍ଦ୍ଧାରିତ, ଘରେଘରେ ପହଂଚି ଅନୁରୋଧ ମାଧ୍ୟମରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଘରଦାରୀରେ ପହଂଚି ଔଷଧ ପାନ କରାଯିବ। ଜିଲ୍ଲାର ସ୍ୱାସ୍ଥ୍ୟ ସୁବିଧା କେନ୍ଦ୍ରରେ ରୋଗୀ ଓ ସହଯୋଗୀଙ୍କ ପାଇଁ ମଧ୍ୟ ଏହି ସୁବିଧା ରହିବ।ବିଶେଷ ସ୍ଥାନଗୁଡ଼ିକ ଶିକ୍ଷାଳୟ, କାର୍ଯ୍ୟାଳୟ, ଶିଳ୍ପ ପ୍ରତିଷ୍ଠାନ, କାରାଗାର, ଆରଡବ୍ଲୁଏ ଇତ୍ୟାଦିରେ ବିଶେଷ ଦଳ ପଠାଯିବ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande