ମେଳାରେ ଲାଗିଲା ନିଆଁ : ୧୫ ଦୋକାନ ଜଳିଗଲା
ରାଉରକେଲା, ୪ ଅଗଷ୍ଟ (ହି.ସ.)- ଆଜି ଭୋର ପ୍ରାୟ ୪ଟା ସମୟରେ ଝିରପାଣି ଥାନା ଅଂଚଳରେ ଆୟୋଜିତ ହୋଇଥିବା ମେଳାରେ ଘଟିଛି ଅଗ୍ନିକାଣ୍ଡ । ଏଥିରେ ୧୫ରୁ ଅଧିକ ଦୋକାନ ଭସ୍ମୀଭୂତ ହୋଇଛି । ତେବେ ଦୋକାନ ଭିତରେ ଶୋଇଥିବା କିଛି ବ୍ୟବସାୟୀ ଏଥିରୁ ଅଳ୍ପକେ ବର୍ତି ଯାଇଛନ୍ତି । ମେଳାରେ ରାମଦୋଳି ସହ ବିଭିନ
ମେଳାରେ ଲାଗିଲା ନିଆଁ : ୧୫ ଦୋକାନ ଜଳିଗଲା


ରାଉରକେଲା, ୪ ଅଗଷ୍ଟ (ହି.ସ.)- ଆଜି ଭୋର ପ୍ରାୟ ୪ଟା ସମୟରେ ଝିରପାଣି ଥାନା ଅଂଚଳରେ ଆୟୋଜିତ ହୋଇଥିବା ମେଳାରେ ଘଟିଛି ଅଗ୍ନିକାଣ୍ଡ । ଏଥିରେ ୧୫ରୁ ଅଧିକ ଦୋକାନ ଭସ୍ମୀଭୂତ ହୋଇଛି । ତେବେ ଦୋକାନ ଭିତରେ ଶୋଇଥିବା କିଛି ବ୍ୟବସାୟୀ ଏଥିରୁ ଅଳ୍ପକେ ବର୍ତି ଯାଇଛନ୍ତି ।

ମେଳାରେ ରାମଦୋଳି ସହ ବିଭିନ୍ନ ପ୍ରକାର ପ୍ରାୟ ଶହେରୁ ଅଧିକ ଦୋକାନ ରହିଥିଲା । ଭୋର୍ ପ୍ରାୟ ୪ଟା ସମୟରେ ପ୍ରଥମେ ଗୋଟିଏ ଦୋକାନରେ ନିଆଁ ଲାଗିଥିଲା । ପରେ ନିଆଁ ଅନ୍ୟ ଦୋକାନ ଗୁଡିକୁ ବ୍ୟାପୀ ଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତି ଜଳିପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅଦ୍ୟାବଧି ଅସ୍ପଷ୍ଟ ରହିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande