ଜୟପୁରରେ ଝୁଲଣ ଯାତ୍ରା ଆରମ୍ଭ
ଜୟପୁର, ୪ ଅଗଷ୍ଟ (ହି.ସ.) - ଜୟପୁର ସହର ର ବିଭିନ୍ନ ମନ୍ଦିର ରେ ଶ୍ରାବଣ ମାସର ଶୁକ୍ଲ ପକ୍ଷ ଦଶମୀ ତିଥି ଠାରୁ ପ୍ରଭୁ କୃଷ୍ଣ ଙ୍କ ଝୁଲଣ ଯାତ୍ରା ସୋମବାର ଠାରୁ ଆରମ୍ବ ହୋଇଛି । ସହରର ରଥ ପଡିଆ ନିକଟରେ ଥିବା ରଘୁନାଥ ମନ୍ଦିର, ବଲ୍ଲଭ ନାରାୟଣ ମନ୍ଦିର, ଚୈତନ୍ୟ ମନ୍ଦିର, ରସିକ ଶିରୋମଣି ମନ୍ଦିର, ଗୋପୀନା
ଜୟପୁରରେ ଝୁଲଣ ଯାତ୍ରା ଆରମ୍ଭ


ଜୟପୁର, ୪ ଅଗଷ୍ଟ (ହି.ସ.) - ଜୟପୁର ସହର ର ବିଭିନ୍ନ ମନ୍ଦିର ରେ ଶ୍ରାବଣ ମାସର ଶୁକ୍ଲ ପକ୍ଷ ଦଶମୀ ତିଥି ଠାରୁ ପ୍ରଭୁ କୃଷ୍ଣ ଙ୍କ ଝୁଲଣ ଯାତ୍ରା ସୋମବାର ଠାରୁ ଆରମ୍ବ ହୋଇଛି । ସହରର ରଥ ପଡିଆ ନିକଟରେ ଥିବା ରଘୁନାଥ ମନ୍ଦିର, ବଲ୍ଲଭ ନାରାୟଣ ମନ୍ଦିର, ଚୈତନ୍ୟ ମନ୍ଦିର, ରସିକ ଶିରୋମଣି ମନ୍ଦିର, ଗୋପୀନାଥ ମନ୍ଦିର, ରାଧା କାନ୍ତ ମନ୍ଦିର, କୁଞ୍ଜ ବିହାରି ମନ୍ଦିର , ଗୀତା ଭବନ, କଣ୍ଡରା ସାହି ସ୍ଥିତ ଲକ୍ଷ୍ମୀ ନୃସିଂହ ମନ୍ଦିର ରେ ଏହି ଯାତ୍ରା ଆରମ୍ଭ ହୋଇଛି । ଏହା ଆସନ୍ତା ଭାଦ୍ରବ କୃଷ୍ଣ ପକ୍ଷ ପ୍ରତିପଦା ଅର୍ଥାତ ୧୦ ତାରିଖ ପଯ୍ୟନ୍ତ ଚାଲିବ । ଏହି ଯାତ୍ରା ରେ ପ୍ରଭୁ ରାଧା- କୃଷ୍ଣ ଙ୍କୁ ଝୁଲଣ ବିମାନ ରେ ବସାଯାଇ ଝୁଲାଯାଇଥାଏ । ଏହି ଯାତ୍ରା ସମୟରେ ପ୍ରଭୁ ଙ୍କୁ କେବଳ ଶୁଖିଲା ଭୋଗ ଲାଗି କରାଯାଇ ଥାଏ । ଏହି ଭୋଗ ମଧ୍ୟରେ ମୁଖ୍ୟତଃ ନଡିଆ, କଦଳୀ, ଖଜା, ପିଠା ଇତ୍ୟାଦି ଲାଗି କରାଯାଇଥାଏ । ରାଜାରାଜୁଡା ଅମଳରୁ ପାଳିତ ହୋଇ ଆସୁଥିବା ଏହି ଯାତ୍ରାରେ ଆଗେ ବହୁତ ଜାକ ଜକମ ରେ ପାଳିତ ହୋଇ ଆସୁଥିବା ବେଳେ ଏବେ ସେହି ଜାକ ଜମକ ନାହିଁ କି ଆଗ ଭଳି ବଡ ବଡ କାକରା ପିଠା ନାହିଁ । ଏବେ କେବଳ ବିଧିକୁ ମାତ୍ର ଏହି ପୁଜା ଚାଲୁଛି । ଏହି ଝୁଲଣ ଯାତ୍ରା ରେ ଭକ୍ତ ଙ୍କ ବିଶ୍ୱାସ ଯେ ରାଧା-କୃଷ୍ଣ ଙ୍କୁ ଝୁଲଣ ବିମାନ ରେ ଝୁଲାଇଲେ ମନରେ ରାଧା -କୃଷ୍ଣ ଙ୍କ ଭଳି ଭାବ ପ୍ରୀତି ଜାଗିବା ସହ ପାପ କ୍ଷୟ ହୋଇଥାଏ । ଏହି ଯାତ୍ରା ୭ ଦିନ ଧରି ଚାଲେ ବୋଲି ଜଗନ୍ନାଥଙ୍କ ମୁଖ୍ୟ ସେବାୟତ ଡମ୍ବୁର ଧର ପଣ୍ଡା ଓ ଜଗନ୍ନାଥ ତ୍ରିପାଠି ସୁଚନା ଦେଇଛନ୍ତି । ବର୍ତମାନ ଏହିଯାତ୍ରା କୁ ଦେବୋତର ବିଭାଗ ପରିଚାଳିତ କରୁଛି । ଜୟପୁର ବଲ୍ଲଭ ନାରାୟଣ ମନ୍ଦିର ରେ ଅନୁଷ୍ଠିତ ହୋଇଥିବା ଝୁଲଣ ଯାତ୍ରାରେ ପ୍ରତ୍ୟେକ ଦିନ ସଂନ୍ଧ୍ୟା ରେ ଆଳତି ହେବା ସହ ମହିଳା ମାନେ ବିଭିନ୍ନ ପ୍ରକାର କୃଷ୍ଣ ଙ୍କ ଭକ୍ତି ପୁଣ୍ଣ ଗୀତ ଗାଇ ଝୁଲଣ କରୁଥିବା ବେଳେ ପୁରୁଷ ମାନେ ଭଜନ କୀର୍ତନ କରିଥାନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande