ସମ୍ବଲପୁର, 4 ଅଗଷ୍ଟ (ହି.ସ.)ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କାରଗିଲ ଶହୀଦ ସ୍ମୃତିରେ ବୁର୍ଲା ଭୀମସାର ରକ୍ତ ଭଣ୍ଡାରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କଂଗ୍ରେସ ସଂଯୋଜକ ଦୁର୍ଗା ପାଢୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରେ ଶ୍ରୀମତୀ ସୂତପା ମିତ୍ର, ସସ୍ମିତା ପଟ୍ଟନାୟକ, କ୍ରିଷ୍ଣା ବିଶି, ସ୍ମୃତିରେଖା ନାୟକ, ପ୍ରମିଳା କୁଲୁ, ସସ୍ମିତା ନାୟକ, ଅର୍ଣ୍ଣପୂର୍ଣ୍ଣା ବେହେରା, ତବସୁମ୍ ଖାତୁନ, ଚୂମକି ନାୟକ, ପୂର୍ଣ୍ଣିମା ଦେଇ ପ୍ରମୁଖ ୭୧ ଜଣ ରକ୍ତଦାନ କରି ଓ ବୁର୍ଲା, ହୀରାକୁଦ ଓ ସମ୍ବଲପୁରର ଶତାଧିକ କର୍ମୀ କର୍ମକର୍ତ୍ତା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଶିବିରକୁ ବୁର୍ଲା ମେଡ଼ିକାଲର ସୁପରିଟେଣ୍ଡେଣ୍ଟ ଡ଼ାକ୍ତର ପ୍ରଫେସର ଡା. ଲାଲ ମୋହନ ନାୟକ ଉଦଘାଟନ କରି ରକ୍ତଦାତାଙ୍କୁ ପ୍ରମାଣ ପତ୍ର ଦେଇ ସମ୍ମାନିତ କରିଥିଲେ। ମେଡ଼ିକାଲ କଲେଜ ଅଧ୍ୟକ୍ଷ ଡ଼ାକ୍ତର ପ୍ରଫେସର ପ୍ରଦୀପ କୁମାର ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ରକ୍ତଦାନ ସଂସ୍ଥା ତ୍ୟାଗର ପୃଷ୍ଠପୋଷକ ବରିଷ୍ଠ ସମାଜ ସେବୀକା ସୁଲୋଚନା ପାଢ଼ୀ ଓ ବରିଷ୍ଠ ସମାଜସେବୀ ଦୁତୀକୃଷ୍ଣ ପାଢ଼ୀ ଅନ୍ୟତମ ସମ୍ମାନିତ ଅତିଥିରୁପେ ଯୋଗ ଦେଇଥିଲେ। ଦୁର୍ଗା ପାଢୀଙ୍କ ଦ୍ଵାରା ପ୍ରସ୍ତୁତ “ରକ୍ତଦାନ ମହାପୁଣ୍ୟ ଆସନ୍ତୁ ରକ୍ତଦାନ କରିବା” ପ୍ରଚାର ପୁସ୍ତିକା ଏହି ଅବସରରେ ଉନ୍ମୋଚନ ହୋଇଥିଲା ।ଏହି ରକ୍ତଦାନ ଶିବିରକୁ ବରିଷ୍ଠ କର୍ମୀ ଦଶରଥ ଦାସ, ବିରଞ୍ଚି ମହାପାତ୍ର, ଜୀତେନ ମହାନନ୍ଦ, ରବି ରାଉତ, ନାରୀନେତ୍ରୀ ସୁତପା ମିତ୍ର, ବିନୋଦିନୀ ଦୀପ, ସସ୍ମିତା ପଟ୍ଟନାୟକ, ଶିବ ପ୍ରଧାନ, ଗୋବିନ୍ଦ ମିଶ୍ର, ଏମ ଡି ଅକ୍ତର, ସଞ୍ଜୟ ଛୁରିଆ, ଶଙ୍କର ବଗର୍ତ୍ତି, ଶିବ ସେଠୀ, ତପନ ବେହେରା, ପ୍ରଶାନ୍ତ ମହାନ୍ତି , ବିକି ଶର୍ମା, ସୁରିନ୍ଦର ସିଂ ପ୍ରମୁଖ ପରିଚାଳନା କରିଥିଲେ। ପିସିସି ସମ୍ପାଦକ ଦିଲୀପ ଦୁରିଆ ସ୍ଵତନ୍ତ୍ର ଅତିଥି ରୂପେ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ବୁର୍ଲା ରକ୍ତଭଣ୍ଡାର ଡ଼ାକ୍ତର ଓ କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ। ସମସ୍ତ ରକ୍ତଦାତାଙ୍କୁ ଆସନ୍ତା ୧୫ ଅଗଷ୍ଟ, ସ୍ଵାଧୀନତା ଦିବସ ଅବସରରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସମ୍ମାନିତ କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ