ମାଲକାନଗିରି,୪ ଅଗଷ୍ଟ (ହି.ସ.)
ମାଲକାନଗିରି ଜିଲ୍ଲା ପଡିଆ ପୋଲିସ ପକ୍ଷ୍ୟରୁ ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରାଯାଇଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ ଜଣେ ଯୁବକକୁ ଗିରଫ କରାଯାଇଥିବା ବେଳେ ସୋମବାର ଦିନ ଯୁବକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି। ସୁଚନା ଅନୁଯାୟୀ ରବିବାର ସନ୍ଧ୍ୟା ସମୟରେ ମାଲକାନଗିରି ଏସଡିପିଓ ଦିବ୍ୟଶଙ୍କର ଦଲେଇ ଓ ପଡିଆ ଥାନା ଅଧିକାରୀ ଡିଏସପି ରମେଶ୍ଵର ପଧାନ ମିଳିତ ଭାବେ ଏକ ଟିମ୍ ଗଠନ କରି କାଲିମେଳାରୁ ଉଣ୍ଡୁରୁକୋଣ୍ଡା ଅଭିମୁଖେ ବେଆଇନ ଭାବେ ବିଦେଶୀ ମଦ ଚାଲାଣକାରୀଙ୍କୁ ଠାବ କରିବାକୁ ଜାଲ ବିଛାଯାଇଥିଲେ। ସନ୍ଧ୍ୟା ସମୟରେ ଯୋଜନା ମୁତାବକ ବେଆଇନ ଭାବେ ବିଦେଶୀ ମଦ ଚାଲାଣ ହେଉଥିବା ଏକ ବୋଲେରୋ ଗାଡ଼ିରୁ ମୋଟ ୧୬୫ ଲିଟର ବିଦେଶୀ ମଦ ଓ ଉକ୍ତ ବୋଲେରୋ ଗାଡ଼ି ଜବତ କରିବା ସହ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ଗିରଫ ବ୍ୟକ୍ତି ଜଣଙ୍କ ଏହି ମଦ ଉଣ୍ଡୁରୁକୋଣ୍ଡା ଅଞ୍ଚଳରେ ବିକ୍ରି କରିବାକୁ ନେଇଥିବା ପୋଲିସ ସମ୍ମୁଖରେ କହିଥିବା ଜଣାପଡିଛି। ଏ ନେଇ ପଡିଆ ଥାନାରେ ମାମଲା ସଂଖ୍ୟା ୯୪/୨୦୨୫ ରୁଜୁ କରାଯାଇ ଏସଆଇ ନିରୋଦ କୁମାର ବାଘ ଘଟଣାର ତଦନ୍ତଜାରୀ ରଖିଥିବା ଜଣାପଡିଛି । ଅନ୍ୟପଟେ ସୀମାବର୍ତ୍ତୀ ଅଞ୍ଛଳରେ ପୋଲିସର ଏଭଳି ଚଢାଉ ସହ ବିପୁଳ ପରିମାଣର ମଦ ଜବତ କରାଯିବା ପରେ ଖୋଲା ବ୍ୟବସାୟୀଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ