ରାଇରଙ୍ଗପୁରର ନୂତନ ବନଖଣ୍ଡ ଅଧିକାରୀ ଭାବେ ସୁବ୍ରତ ପାତ୍ରଙ୍କ ଯୋଗଦାନ
ବାରିପଦା, ୪ ଅଗଷ୍ଟ (ହି.ସ.) - ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଭାବେ ଆଜି ସୁବ୍ରତ ପାତ୍ର ଡିଏଫଓ ଶିବ ପ୍ରସାଦ ରଥଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଡିଏଫଓ ଶ୍ରୀ ପାତ୍ର ରେଢାଖୋଲ ଡିଭିଜନର ଡିଏଫଓ ଭାବେ ଦାୟିତ୍ୱରେ ଥିଲେ । ଡିଏଫଓ ଶିବ ପ୍ରସାଦ ରଥ ରାଇରଙ୍ଗପୁର ରୁ ବୌଦ୍ଧ ଜିଲ୍
New DFO


ବାରିପଦା, ୪ ଅଗଷ୍ଟ (ହି.ସ.) - ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଭାବେ ଆଜି ସୁବ୍ରତ ପାତ୍ର ଡିଏଫଓ ଶିବ ପ୍ରସାଦ ରଥଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଡିଏଫଓ ଶ୍ରୀ ପାତ୍ର ରେଢାଖୋଲ ଡିଭିଜନର ଡିଏଫଓ ଭାବେ ଦାୟିତ୍ୱରେ ଥିଲେ । ଡିଏଫଓ ଶିବ ପ୍ରସାଦ ରଥ ରାଇରଙ୍ଗପୁର ରୁ ବୌଦ୍ଧ ଜିଲ୍ଲାର ବନଖଣ୍ଡ କେନ୍ଦୁଲିଫ୍ କୁ ବଦଳି ହୋଇଛି । ଦାୟିତ୍ୱ ଗ୍ରହଣ ସମୟରେ ସମସ୍ତ ବନ ବିଭାଗ କର୍ମଚାରୀ ନୂତନ ବନଖଣ୍ଡ ଅଧିକାରୀଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ନୂତନ ଡ଼ିଏଫଓ ଶ୍ରୀପାତ୍ର ରାଇରଙ୍ଗପୁର ବନଖଣ୍ଡର ଜଙ୍ଗଲ ସୁରକ୍ଷା,ବୃକ୍ଷରୋପଣ,ଜୀବଜନ୍ତୁ ସୁରକ୍ଷା, ଜଙ୍ଗଲ ସନ୍ନିକଟ ଆଦିବାସୀଙ୍କ ଜୀବନ ଜୀବିକାକୁ ଗୁରୁତ୍ୱ ଦେବା ସହ ଖଣିଜ ପଦାର୍ଥ ଚୋରା ଖନନ ରୋକିବା ଉପରେ ଗୁରୁତ୍ୱ ଦେବେ । ରାଇରଙ୍ଗପୁର ୍ୱନଖଣ୍ଡକୁ ଏକ ସବୁଜ ସୁନ୍ଦର ଗଢି ତୋଳିବା ତାଙ୍କର ଲକ୍ଷ୍ୟ । ସମସ୍ତ କର୍ମଚାରୀଙ୍କୁ ସାଙ୍ଗରେ ନେଇ ଏକ ଟିମ୍ ୱାର୍କରେ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande