ସମ୍ବଲପୁର, 4 ଅଗଷ୍ଟ (ହି,ସ) ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜିଲ୍ଲା ଶାଖାର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି I ସଂଘ ର ଜ଼ିଲ୍ଲା ସଭାପତି ହିମାଂଶୁ ଶେଖର ମିଶ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିବା ଏହି ବୈଠକ ରେ ସାଧାରଣ ସମ୍ପାଦକ ସରୋଜ ସାହୁ ବିବରଣୀ ଉପସ୍ଥାପନ କରିଥିଲେ l ସଭା ପ୍ରାରମ୍ଭ ରେ ସଂଘ ର କାର୍ଯ୍ଯକାରୀ କମିଟି ସଦସ୍ୟ ଦିବଙ୍ଗତ ସାମ୍ବାଦିକ ସ୍ୱର୍ଗତ ନବୀନ ଦାଶଙ୍କ ଫଟୋଚିତ୍ର ରେ ମାଲ୍ୟପର୍ଣ୍ଣ ପରେ ଅମର ଆତ୍ମା ର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା I ଆୟୋଜିତ ବୈଠକରେ ସଂଘ ର ପଶ୍ଚିମ ଓଡିଶା ପ୍ରାନ୍ତୀୟ ସମ୍ପାଦକ ସାମ୍ବାଦିକ ରମାକାନ୍ତ ବିଶ୍ୱାଳ, ସାଧବ ପ୍ରଧାନ, ଅମଲେନ୍ଦୁ କୁମାର ନାୟକ, ଶ୍ରବଣ କୁମାର ପତି, ଦେବାଶିଷ ବେହେରା, ସତ୍ୟଜିତ ମହାପାତ୍ର, ଅନିଲ ଶ୍ରୀରାମକା, ମାନସ ସାହୁ, ତୁଷୋବନ୍ତ ଯୋଶୀ, ଚୈତନ୍ୟ ନାୟକ, ଦୁଲାଳ ଚନ୍ଦ୍ର ରାୟ, ସଞ୍ଜିବ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ସମସ୍ତ ସଦସ୍ୟ ନିଜ ନିଜସ୍ୱ ମତ ପ୍ରଦାନ କରିଥିଲେ I ଶେଷରେ ସଂଘ ର ଉପ ସଭାପତି ପ୍ରଦୀପ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ I
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ