ବାଲେଶ୍ୱର ଓ ବଳଙ୍ଗାରେ ଶୋଭାଯାତ୍ରା , ସାଧାରଣ ସଭା କରିବ ପିସିସି ସଭାପତି
ଭୁବନେଶ୍ୱର, ୦୪ ଅଗଷ୍ଟ (ହି.ସ )- ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ନେଇ ପ୍ରଶ୍ନ ଉଠାଇଛନ୍ତି ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି ଏବେ ବି ନ୍ୟାୟ ଅଧୁରା ରହିଲା। ଦିଲ୍ଲୀ ଏମ୍ସ ସିଫ୍ଟ ହେବା ପୂର୍ବରୁ ବଳଙ୍ଗା ପୀଡ଼ିତା ଚାଲୁଥିଲା, ବସୁଥିଲା କିନ୍ତୁ ମୃତ୍ୟୁ କିଭଳି ହେଲା। ସିଫ୍ଟ ହେବା ପୂର୍ବରୁ ଓ ପରେ
ବାଲେଶ୍ୱର ଓ ବଳଙ୍ଗାରେ ଶୋଭାଯାତ୍ରା , ସାଧାରଣ ସଭା କରିବ ପିସିସି ସଭାପତି


ଭୁବନେଶ୍ୱର, ୦୪ ଅଗଷ୍ଟ (ହି.ସ )- ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ନେଇ ପ୍ରଶ୍ନ ଉଠାଇଛନ୍ତି ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି ଏବେ ବି ନ୍ୟାୟ ଅଧୁରା ରହିଲା। ଦିଲ୍ଲୀ ଏମ୍ସ ସିଫ୍ଟ ହେବା ପୂର୍ବରୁ ବଳଙ୍ଗା ପୀଡ଼ିତା ଚାଲୁଥିଲା, ବସୁଥିଲା କିନ୍ତୁ ମୃତ୍ୟୁ କିଭଳି ହେଲା। ସିଫ୍ଟ ହେବା ପୂର୍ବରୁ ଓ ପରେ ତାର ପ୍ରତିକ୍ରିୟା ନିଆଯାଇଥିଲା, ତେବେ ପ୍ରଶ୍ନ ତାଙ୍କ ସ୍ୱାସ୍ଥ୍ୟବସ୍ଥା କେତେ ଦୂର ଠିକ୍ ଥିଲା ଯେ ବୟାନ ରେକର୍ଡ ହୋଇଥିଲା ? ବାଇକରେ ୫ ଜଣ ବି ଯାଉଛନ୍ତି, ପୋଲିସ ଯାହା କହିଥିଲା ତାର ମାନେ ନାହିଁ କି ଗୁରୁତ୍ୱ ନାହିଁ। ପୋଲିସ ଝିଅର ପ୍ରତିକ୍ରିୟାକୁ କାହିଁକି ସମ୍ମାନ ଦେଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ଭକ୍ତ ଦାସ।

ସେ ଆହୁରି କହିଛନ୍ତି ଏଫ୍ ଏମ୍ ଓ ବଲଙ୍ଗ ଘଟନାରେ ସାମଞ୍ଜସ୍ୟ ରହିଛି। ଏଫଆଇଆର କାହିଁକି ହେଲା ନାହିଁ ସରକାର ସ୍ପଷ୍ଟୀକରଣ ରଖନ୍ତୁ। ପ୍ରଦେଶ କମିଟି କଂଗ୍ରେସ ଏକ ପଦଯାତ୍ରା କରିବ। ସାଧରଣ ସଭା ମଧ୍ୟ କରିବ।୧୪ ଅଗଷ୍ଟରେ ଏଫଏମ୍ କଲେଜରୁ ଭୋଗରାଇ ପର୍ଯ୍ୟନ୍ତ ପଦଯାତ୍ରା ଓ ସନ୍ଧ୍ୟାରେ ସଭା ହେବ। ବଳଙ୍ଗାରେ ମଧ୍ୟ ନିଆଁ ଲାଗିଥିବା ଜାଗାରୁ ନିମାପଡ଼ା ପର୍ଯ୍ୟନ୍ତ ପଦଯାତ୍ରା ସହ ସଭା ହେବ। ପୋଲିସଙ୍କୁ ଜାଗ୍ରତ କରିବାକୁ ରାଜ୍ୟର ସମସ୍ତ ପୋଲିସ ଷ୍ଟେସନ ଘେରାଉ ହେବ। ଶାନ୍ତି ପୂର୍ଣ୍ଣ ଭାବେ ପ୍ରତିବାଦ କରାଯିବ। ବାଲେଶ୍ୱର ଘଟଣାରେ ୨ ଜଣ ଗିରଫ ହେବା ଯଥେଷ୍ଟ ନୁ୍‌ହଁ। ଏଫଆଇଆର ନ ହେବା ପଛରେ ମନ୍ତ୍ରୀ, ବିଧାୟକ ନା ଆଉ କିଏ ବୋଲି ପ୍ରଶ୍ନ ଉଠାଇଛି ଭକ୍ତ ଦାସ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande