ସମ୍ବଲପୁର ରେଳ ଡିଭିଜନର ୫ ଜଣ କର୍ମଚାରୀ ପୁରସ୍କୃତ
ସମ୍ବଲପୁର ରେଳ ଡିଭିଜନର ୫ ଜଣ କର୍ମଚାରୀ ପୁରସ୍କୃତ
ସମ୍ବଲପୁର ରେଳ ଡିଭିଜନର ୫ ଜଣ କର୍ମଚାରୀ ପୁରସ୍କୃତ


ସମ୍ବଲପୁର, 4 ଅଗଷ୍ଟ (ହି.ସ.)

କାର୍ଯ୍ୟକ୍ଷେତ୍ରରେ ଉତ୍ତମ ସେବା ପାଇଁ ରେଳ ଡିଭିଜନ ର ୫ ଜଣ କର୍ମଚାରୀ ପୁରସ୍କୃତ ହୋଇଛନ୍ତି। ଅଜିତ କୁମାର ପିଲାଇ, ଟ୍ରାକ୍ ମେଣ୍ଟେନର, ଚାରମାଲ, ମନୋଜ ସିକା, ଟ୍ରାକ୍ ମେଣ୍ଟେନର, ଲୋଇସିଂହା, ଲକ୍ଷ୍ମଣ କୁମାର ପାତ୍ର, ଟ୍ରାକ୍ ମେଣ୍ଟେନର, ଲୋଇସିଂହା, ସବ୍ୟସାଚୀ ବିଶ୍ୱାସ, ବରିଷ୍ଠ ମାଲବାହୀ ଟ୍ରେନ୍ ପ୍ରବନ୍ଧକ, ସମ୍ବଲପୁର ଏବଂ ଅନିଶ ରଞ୍ଜନ, ବରିଷ୍ଠ ସହାୟକ ଲୋକୋ ପାଇଲଟ୍, ଟିଟିଲାଗଡ଼ଙ୍କୁ ନିରାପତ୍ତI ପ୍ରତି ସତର୍କତା ଏବଂ ସୁରକ୍ଷିତ ଟ୍ରେନ୍ ଚଳIଚଳ ପ୍ରତି କର୍ତ୍ତ୍ୟବ୍ୟନିଷ୍ଠା ଏବଂ ନିରାପତ୍ତI ନିୟମ ଉପରେ ଭଲ ଭାବରେ ଅବଗତ ପାଇଁ ଏହି ପୁରସ୍କୃତ କରାଯାଇଛି।

ମଣ୍ଡଳ ରେଳ ପ୍ରବନ୍ଧକ,ସମ୍ବଲପୁର ସୁବାଷ ଚନ୍ଦ୍ର ଚୌଧରୀ ସେମାନଙ୍କୁ ପ୍ରମାଣପତ୍ର ଏବଂ ନଗଦ ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଛନ୍ତି I ଏହି ଅବସରରେ ତତ୍ତ୍ୱଦର୍ଶୀ ସାହୁ, ବରିଷ୍ଠ ମଣ୍ଡଳ ଯନ୍ତ୍ରୀ (ସମନ୍ୱୟ), ବିନାୟକ ବେହେରା, ବରିଷ୍ଠ ମଣ୍ଡଳ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର , ସମ୍ବିତ ସୌରଭ ନାୟକ, ବରିଷ୍ଠ ମଣ୍ଡଳ ନିରାପତ୍ତI ଅଧିକାରୀ ଏବଂ ଅନ୍ୟାନ୍ୟ ଶାଖା ଅଧିକାରୀମାନେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande