ପଞ୍ଚାୟତ ସ୍ତରିୟ ଅଭିଯୋଗ ଶୁଣାଣି ଶିବିର
ଜୟପୁର, ୪ ଅଗଷ୍ଟ (ହି.ସ.)-ଜୟପୁର ବ୍ଲକ ଅନ୍ତର୍ଗତ ଜାମୁଣ୍ଡା ଠାରେ ପଞ୍ଚାୟତ ସ୍ତରିୟ ଅଭିଯୋଗ ଓ ଜନ ଶୁଣାଣି ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ଏହି ଅଭିଯୋଗ ଶୁଣାଣିରେ ଜୟପୁର ଏବିଡିଓ ମନୋଜ ନାୟକ, ସହକାରି ନିବାହୀ ଯନ୍ତ୍ରୀ ବିଜୟ ନନ୍ଦ, ସରପଞ୍ଚ ମନ ଧର ଗାଦବା, ପିଇଓ ଚନ୍ଦ୍ର ଶେଷର ମହାପାତ୍ର,
ପଞ୍ଚାୟତ ସ୍ତରିୟ ଅଭିଯୋଗ ଶୁଣାଣି ଅନୁଷ୍ଟିତ


ଜୟପୁର, ୪ ଅଗଷ୍ଟ (ହି.ସ.)-ଜୟପୁର ବ୍ଲକ ଅନ୍ତର୍ଗତ ଜାମୁଣ୍ଡା ଠାରେ ପଞ୍ଚାୟତ ସ୍ତରିୟ ଅଭିଯୋଗ ଓ ଜନ ଶୁଣାଣି ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ଏହି ଅଭିଯୋଗ ଶୁଣାଣିରେ ଜୟପୁର ଏବିଡିଓ ମନୋଜ ନାୟକ, ସହକାରି ନିବାହୀ ଯନ୍ତ୍ରୀ ବିଜୟ ନନ୍ଦ, ସରପଞ୍ଚ ମନ ଧର ଗାଦବା, ପିଇଓ ଚନ୍ଦ୍ର ଶେଷର ମହାପାତ୍ର, ଜିଆରଏସ ସ୍ୱାଗତ ସାହୁ ଉପସ୍ଥିତ ଥିଲେ । ଏଥିରେ ପଞ୍ଚାୟତର ବିଭିନ୍ନ ଗ୍ରାମର ଗ୍ରାମବାସୀ ଉପସ୍ଥିତ ଥିଲେ । ଗ୍ରାମବାସୀ ମାନେ ବିଭାଗର ଅଧିକାରି ମାନଙ୍କୁ ସମସ୍ୟା ଅଭିଯୋଗ ଜଣାଇଥିଲେ । ରାସ୍ତା ନିର୍ମାଣ, ଅଙ୍ଗନବାଡୀ ନିର୍ମାଣ, ପାନୀୟ ଜଳ ସମସ୍ୟା ସମାଧାନ ବିଭିନ୍ନ ମୌଳିକ ସମସ୍ୟା ଅଭିଯୋଗର ଶୁଣାଣି ହୋଇଥିଲା । ଏହା ସହ ବିଭିନ୍ନ ସରକାରୀ ଯୋଜନାର ଲାଭ କିପରି ପାଇବେ ସେନେଇ ଉପସ୍ଥିତ ଅଧିକାରି ମାନେ ଉପସ୍ଥିତ ରହି ସଚେତନ କରିଥିଲେ । ରାବଣାଗୁଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ସ୍ୱାସ୍ଥ୍ୟ ଶିବିର ଆୟୋଜନ ହୋଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande