ଜୟପୁର, ୪ ଅଗଷ୍ଟ (ହି.ସ.)- ଜୟପୁର ମହାରାଣିପେଟା ଦୋକାନ ପିଣ୍ଡା ଉପରେ ଚଢିଗଲା ପିକଅପ ଭ୍ୟାନ । ଏଥିରେ ଜଣେ ଆହତ ହୋଇଥିବା ବେଳେ ପାର୍କିଙ୍ଗ ଥିବା ସ୍କୁଟି ଚାପି ହୋଇ ଯାଇଥିବା ଲକ୍ଷ୍ୟ କରାଯାଇଛି । ଆଜି ସକାଳ ୭ଟା ୩୦ ମିନିଟ ସମୟରେ ଘଟିଛି ଏହି ଘଟଣା । ଯାହାକି ସିସି କ୍ୟାମେରାରେ ଏକଦ ହୋଇଛି । ସ୍ଥାନୀୟ ବୋକଙ୍କ ସୂଚନା ଅନୁସାରେ, ଡ୍ରାଇଭର ଗାଡିରେ ଚାବି ଲଗାଇ ଚାହା ପିଇବା ପାଇଁ ଯାଇଥିବା ବେଳେ ଘଟଣା ଘଟିିଥିବା ଜଣାଯାଇଛି । ଗାଡି ଗିୟରରେ ଥିବା ବେଳେ ଅନ୍ୟ ଜଣେ ଗାଡି ଷ୍ଟାର୍ଟ କରିଥିବାରୁ ଏଭଳି ଘଟଣା ଘଟିଥିବା ଜଣାଯାଇଛି । ଆହତକୁ ଚିକିତ୍ସାଳୟକୁ ନିଆଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପିକେପି