ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାର ପୁରସ୍କାର ବିତରଣ ଉତ୍ସବ
ଜୟପୁର, ୪ ଅଗଷ୍ଟ (ହି.ସ.)- ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଅରବିନ୍ଦ ନଗର ଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାର ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ତରାଚନ୍ଦ୍ର ଆର(SBI ବଜାର ବ୍ରାଞ୍ଚ ଶାଖା ପରିଚାଳକ), ସମ୍ମାନିତ ଅତିଥି ଉଦିତ୍ ନାରାୟଣ ବୈବର୍ତ(ଏସବିଆଇ
ପୁରସ୍କାର ବିତରଣ ଉତ୍ସବଅନୁଷ୍ଠିତ


ଜୟପୁର, ୪ ଅଗଷ୍ଟ (ହି.ସ.)- ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଅରବିନ୍ଦ ନଗର ଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାର ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ତରାଚନ୍ଦ୍ର ଆର(SBI ବଜାର ବ୍ରାଞ୍ଚ ଶାଖା ପରିଚାଳକ), ସମ୍ମାନିତ ଅତିଥି ଉଦିତ୍ ନାରାୟଣ ବୈବର୍ତ(ଏସବିଆଇ ବଜାର ବ୍ରାଞ୍ଚ ଡେପୁଟି ମ୍ୟାନେଜର), ଗୋଷ୍ଠୀ ଶିକ୍ଷା ଅଧିକାରୀ ଚନ୍ଦନ କୁମାର ନାୟକ, ସୋମନାଥ ଗାଦବା (ଏବିଇଓ), ଶ୍ରୀମତୀ ସଂଯୁକ୍ତା ରାଉତ (ସିଆରସିସି), ସ୍ଥାନୀୟ ବିଦ୍ୟାଳୟର ସମ୍ପାଦକ ସତ୍ୟବାଦୀ ମିଶ୍ର ଏବଂ ସ୍ଥାନୀୟ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ଯ ଡକ୍ଟର ରମଣୀ ରଞ୍ଜନ ଦାସଙ୍କ ଉପସ୍ଥିତିରେ ଜ୍ଞାନ ବିଜ୍ଞାନ ମେଳାରେ ୧ମ, ୨ୟ ,୩ୟ ସ୍ଥାନ ଅର୍ଜନ କରିଥିବା ଶିଶୁ ଭାଇ ଭଉଣୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଏଥିରେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ। କାର୍ଯ୍ୟକ୍ରମଟି ବନ୍ଦେ ମାତରମ୍ ପରେ ଶେଷ ହୋଇଥିଲା l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande