ଭୁବନେଶ୍ୱର, ୪ ଅଗଷ୍ଟ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଦୁଇଟି ସ୍ଥାନରେ ଭୀଷଣ ବର୍ଷା ହୋଇଥିବା ବେଳେ ଅନ୍ୟ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ଼ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକାରେ ସର୍ବାଧିକ ୯୯.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ଆଳିରେ ୯୬.୦ ମି.ମି., ଭଦ୍ରକ ଜିଲ୍ଲାର ଚାନ୍ଦବାଲିରେ ୬୩.୬ ମି.ମି., ରାୟଗଡ଼ା ଜିଲ୍ଲାର ଗୁଡ଼ାରିରେ ୪୭.୪ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ଲହୁଣିପଡ଼ାରେ ୪୪.୬ ମି.ମି., କେନ୍ଦ୍ରାପଡ଼ା ଜିଲ୍ଲାର ଡ଼େରାବିଶରେ ୪୧.୦ ମି.ମି., ଢ଼େଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ରେ ୪୦.୮ ମି.ମି., କଟକ ଜିଲ୍ଲାର ନରସିଂହପୁରରେ ୩୭.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ବହଳଦାରେ ୩୪.୦ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ବଣାଇଗଡ଼ରେ ୩୧.୬ ମି.ମି., ଝାରସୁଗୁଡ଼ା ଜିଲ୍ଲାର ଲଇକେରାରେ ୨୮.୮ ମି.ମି., କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇରେ ୨୮.୦ ମି.ମି. ଏବଂ ମୟୂରଭଞ୍ଜ ଜିଲ୍ଲାର ବିଜାତଳାରେ ୨୭.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ