ଜୟପୁର, ୪ ଅଗଷ୍ଟ (ହି.ସ.)- ଜୟପୁର ହାଇଦ୍ରାବାଦ ଲାଇନରେ ଥିବା ସୟଦ ମହମ୍ମ୍ଙ୍କ ଘରେ ଲାଗିଲା ନିଆଁ । ଘର ତାଲା ପଡିଥିବା ସମୟରେ ହଠାତ ଲାଗିଲା ନିଆଁ । ଆଜି ଦିନ ୯ଟା ୩୦ ମିନିଟ ସମୟରେ ଲାଗିଲା ନିଆଁ । ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକେ ଛାତ ଉପରେ ପାଣି ପକାଇ ନିଆଁ ଲିଭାଇବାକୁ ଚେଷ୍ଟା କରୁଥିବା ସମୟରେ ଜୟପୁର ଅଗ୍ନିଶମ ବିଭାଗ ପହଞ୍ଚି ନିଆକୁ ଆୟତ୍ତ କରିଛି । ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ ବିଭାଗ ଅନୁମାନ କରୁଛି । ପୁରୁଣା ଜିନିଷ ,ପାଣି ମୋଟର, ଫ୍ୟାନ, ଆଦି ପୋଡି ପାଉଁଶ ହୋଇଯାଇଥିବା ସହକାରି ଅଗ୍ନିଶମ ଅଧିକାରୀ ସୁରେସ କୁମାର ବାରିକ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି