୩୩କେବି ବିଦ୍ୟୁତ ତାରରେ ଲାଗିଲେ ଦୁଇ ମହିଳା ଶ୍ରମିକ
ଜୟପୁର, ୪ ଅଗଷ୍ଟ (ହି.ସ.)- ବୋରିଗୁମ୍ମା ହାଇସ୍କୁଲ ପଡିଆ ନିକଟରେ ୩୩ କେବି ବିଦ୍ୟୁତ ତାରରେ ଲାଗିଗଲେ ଦୁଇ ମହିଳା ଶ୍ରମିକ। ବିଦ୍ୟୁତ ବିଭାଗ ବିଦ୍ୟୁତ କାଟ କରିବା ପରେ ଉଭୟଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତି କରାଯାଇଛି। ଦଳେଇଗୁଡ଼ା ଗ୍ରାମର ତୁଳସୀ ହରଜନଙ୍କ ଶରୀର ୭୦ ଭାଗ ପୋଡିଥିବା ବେଳେ
୩୩କେବି ବିଦ୍ୟୁତ ତାରା ରେ ଲାଗିଲେ ଦୁଇ ମହିଳା ଶ୍ରମିକ


ଜୟପୁର, ୪ ଅଗଷ୍ଟ (ହି.ସ.)- ବୋରିଗୁମ୍ମା ହାଇସ୍କୁଲ ପଡିଆ ନିକଟରେ ୩୩ କେବି ବିଦ୍ୟୁତ ତାରରେ ଲାଗିଗଲେ ଦୁଇ ମହିଳା ଶ୍ରମିକ। ବିଦ୍ୟୁତ ବିଭାଗ ବିଦ୍ୟୁତ କାଟ କରିବା ପରେ ଉଭୟଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତି କରାଯାଇଛି। ଦଳେଇଗୁଡ଼ା ଗ୍ରାମର ତୁଳସୀ ହରଜନଙ୍କ ଶରୀର ୭୦ ଭାଗ ପୋଡିଥିବା ବେଳେ ଅନ୍ୟ ଜଣେ ଚନ୍ଦ୍ର ଭୁମିୟା ମଧ୍ୟ ପୋଡି ଯାଇଛନ୍ତି। ଏ ଦୁଇ ମହିଳା ଶ୍ରମିକ ଜଣେ ଲୋକଙ୍କ ଘର କାର୍ଯ୍ୟରେ ନିୟୋଜିତ ଥିଲେ । ସେହି ଘରକୁ ଲାଗି ଯାଇଥିବା ୩୩ କେବି ବିଦ୍ୟୁତ ତାରରେ ହଠାତ ଲାଗି ଯାଇଥିଲେ। ଉକ୍ତ ଘର କାର୍ଯ୍ୟ ନିର୍ମାଣରେ ନିୟୋଜିତ ମିସ୍ତ୍ରୀଙ୍କ ଅସାବଧାନତା ଯୋଗୁ ଏଭଳି ଘଟଣା ଘଟିଥିବା ଗୁରୁତର ମହିଳାଙ୍କ ସଂପର୍କୀୟ ଅଭିଯୋଗ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande