ବଲାଙ୍ଗିର, ୪ ଅଗଷ୍ଟ (ହି.ସ.) - ସ୍ଥାନୀୟ ଗୋଁଣ୍ଡୱାନା ଭବନ ଠାରେ ବିଶ୍ୱ ଆଦିବାସୀ ଦିବସ ପାଲନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଛି । ସହରରେ ବସବାସ କରୁଥିବା ସମସ୍ତ ଆଦିବାସୀ ସଂପ୍ରଦାୟ ଏକତ୍ରିତ ଭାବରେ ସପରିବାର ମହା ସମାରୋହରେ ପାଳନ କରିବା ପାଇଁ ନିସ୍ପତି ନିଆଯାଇଛି । ଏଥିପାଇଁ ଦିଲ୍ଲିପ କୁମାର ଭୋଇଙ୍କ ନେତୃତ୍ୱରେ ଏକ କମିଟୀ ଗଠନ କରାଯାଇ ଦିବସ ପାଳନର ରୂପରେଖ ପ୍ରସ୍ତୁତି ପାଇଁ ଦାଇତ୍ୱ ଦିଆଯାଇଛି । ଦେଶର ଅନ୍ୟାନ୍ୟ ରାଜ୍ୟରେ ଛୁଟି ହୋଇଥିବା ବେଳେ, ରାଜ୍ୟ ସରକାର ବିଶ୍ୱ ଆଦିବାସୀ ଦିବସକୁ ଛୁଟି ଘୋଷଣା କରିବା ପାଇଁ ଉପସ୍ଥିତ ସମସ୍ତେ ଦାବି କରିଥିଲେ । ଆଦିବାସୀଙ୍କ ବିଭୁନ୍ନ ସମସ୍ୟା ବିଷୟରେ ସବିଶେଷ ଆଲୋଚନା ହୋଇଥିଲା । ଶିକ୍ଷା କ୍ଷେତ୍ରରେ ଅନୁସୂଚିତ ଜାତି ଓ ଜନଜାତି ଗରିବ ମେଧା ଛାତ୍ରଛାତ୍ରୀମାନେ ଅନ୍ୱେଷା ଯୋଜନାରେ ଇଂରାଜୀ ମା୍ମମ ବିଦ୍ୟାଳୟରେ ପଢ଼ିବାର ସୁଯୋଗକୁୁ ବନ୍ଦ କରିବା ଯୋଜନାକୁ ନାପସନ୍ଦ କରି ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇଦେବା ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ବରିଷ୍ଠ ସଭ୍ୟ ଦଇତ ଭୋଇଙ୍କ ସଭାପତିତ୍ୱରେ ଆଦିବାସୀ ନେତା ସତ୍ୟ ନାରାୟଣ ଭୋଇ, ମୀନକେତନ ମାଝୀ, ଦିଲ୍ଲିପ କୁମାର ଭୋଇ, ଡା.କୌତୁକ ପନ୍ଦର, ମଦନ ସିଂ ମାଝୀ, ଯୋଗୀନ୍ଦ୍ର ଦଲପାତି, ରୁଦ୍ରମଣୀ ମାଝୀ, ଶୃଭାଂଶୁ ବାଗ, ମନୋଜ କୁମାର ପୁଟା, ଅଙ୍କିତ ମାଝୀ ପ୍ରମୁଖ ମତାମତ ପ୍ରଦାନ କରିଥିଲେ । ଶେଷରେ ନୃପ ଭୋଇ ଧନ୍ୟବାଦ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ