ଭୁବନେଶ୍ୱର, ୦୪ ଅଗଷ୍ଟ (ହି.ସ )- ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ଅନ୍ତ୍ୟୋଦୟ ଗୃହ ଯୋଜନା ଅଧୀନରେ ବିଭିନ୍ନ ବର୍ଗର ୫୭,୩୦୮ ଜଣ ହିତାଧିକାରୀ ପ୍ରଥମ କିସ୍ତି ଅର୍ଥରାଶି ପାଇସାରିଛନ୍ତି କ୍ଷ ଏହା ରାଜ୍ୟ ସରକାରଙ୍କ ପ୍ରମୁଖ ଗ୍ରାମୀଣ ଗୃହ ନିର୍ମାଣ ପଦକ୍ଷେପର କାର୍ଯ୍ୟାନ୍ୱୟନରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ସାବ୍ୟସ୍ତ ହୋଇଛି। ପୋର୍ଟାଲର ସୁଗମ କାର୍ଯ୍ୟକ୍ଷମତା ଯୋଗୁ ବଂଟନ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ସହ ଯୋଗ୍ୟ ହିତାଧିକାରୀଙ୍କୁ ସମୟୋଚିତ ଏବଂ ସ୍ୱଚ୍ଛ ଆର୍ôଥକ ସହାୟତା ପ୍ରଦାନ ସୁନିଶ୍ଚିତ ହୋଇଛି।
ମୋଟ ୫୭,୩୦୮ ଜଣ ହିତାଧିକାରୀ ଅନ୍ତ୍ୟୋଦୟ ଗୃହ ଯୋଜନା ପୋର୍ଟାଲ ମାଧ୍ୟମରେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଂଟରେ ସେମାନଙ୍କର ପ୍ରଥମ କିସ୍ତି ଗୃହ ସହାୟତା ପାଇଛନ୍ତି। ଏହା ବ୍ୟତୀତ, ୧,୩୬୮ ଜଣ ହିତାଧିକାରୀ ଦ୍ୱିତୀୟ କିସ୍ତି ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି । ନିର୍ମାଣ ପ୍ରଗତିର ସଫଳ ଯାଞ୍ଚ ଏବଂ କ୍ଷେତ୍ରସ୍ତରୀୟ କାର୍ଯ୍ୟକର୍ତାଙ୍କ ଦ୍ୱାରା ପ୍ରଭାବଶାଳୀ ତଦାରଖ ସ୍ୱଚ୍ଛତା ଅବଲମ୍ବନରେ ସହାୟକ ହୋଇଛି । ସ୍ୱୟଂଚାଳିତ ଆଧାର-ଆଧାରିତ ପେମେଂଟ ସିଷ୍ଟମ ସମନ୍ୱୟ ତ୍ରୁଟିକୁ ହ୍ରାସ କରିବା ସହ ପାଣ୍ଠି ବଂଟନକୁ ତ୍ୱରାନ୍ୱିତ କରିଛି।
ସୂଚନାଯୋଗ୍ୟ ଯେ ରାଜ୍ୟବାସୀଙ୍କ ଆବଶ୍ୟକତାକୁ ହୃଦୟଙ୍ଗମ କରି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ପ୍ରଣୀତ ହୋଇଥିଲା ଅନ୍ତ୍ୟୋଦୟ ଗୃହ ଯୋଜନା । ହିତାଧିକାରୀ ତାଲିକାକୁ ଆହୁରି ସମବେଶୀ କରିବା ପାଇଁ ଦିବ୍ୟଙ୍ଗ ବିଭିନ୍ନ ବର୍ଗର ଗୃହହୀନ କିମ୍ବା କଚ୍ଚା ଘରେ ବାସ କରୁଥିବା ପରିବାର ଏହି ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ହେବାର ପ୍ରାବଧାନ ରହିଛି । ଏହା ମଧ୍ୟରେ ପ୍ରାକୃତିକ କିମ୍ବା ମନୁଷ୍ୟକୃତ ବିପର୍ଯ୍ୟୟରେ ଅଥବା ହାତୀ ଉପଦ୍ରବରେ ସମ୍ପୂର୍ଣ୍ଣ / ଭୀଷଣ ଭାବରେ ପ୍ରଭାବିତ ପରିବାର, ସରକାରୀ ପ୍ରକଳ୍ପ ସ୍ଥାନାନ୍ତରଣ ଆବଶ୍ୟକ କରୁଥିବା ସଂରକ୍ଷିତ ଅଂଚଳରେ ବସବାସ କରୁଥିବା ପରିବାର, ମୁଖ୍ୟ ଉପାର୍ଜନକାରୀ ଅତି କମ୍ ରେ ୪୦% ପ୍ରତିଶତ ଶାରୀରିକ ଭିନ୍ନକ୍ଷମ ଥିବା ପରିବାର, ନାବାଳକ ସନ୍ତାନ ଥିବା ବିଧବା ମହିଳା, ପରିବାରର ମୁଖ୍ୟ ଗୁରୁତର ରୋଗରେ ଆକ୍ରାନ୍ତ ଥିବା ପରିବାର, କୁଷ୍ଠ ରୋଗରୁ ମୁକ୍ତ, ମୁକ୍ତ ଗୋତି ଶ୍ରମିକ , ଶହୀଦ ପରିବାର , ଜାତୀୟ ପୁରସ୍କାରପ୍ରାପ୍ତ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରର କ୍ରୀଡ଼ାବିତ୍, ଜଙ୍ଗଲ ଅଧିକାର ଆଇନ ହିତାଧିକାରୀ, ତୁରନ୍ତ ଗୃହ ଆବଶ୍ୟକ କରୁଥିବା ପରିବାର ରହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା