ଭୁବନେଶ୍ୱର, ୦୪ ଅଗଷ୍ଟ (ହି.ସ )- ଧାନ ପଞ୍ଜୀକରଣ ବ୍ୟବସ୍ଥାକୁ ଆହୁରି ସରଳ ଏବଂ ଖରିଫରେ ଧାନ କଟନୀ ଛଟନୀ ବନ୍ଦ କରିବା ନେଇ ବିଧାନସଭା କମିଟିରେ ଆଲୋଚନା ହୋଇଛି। ପବ୍ଲିକ ଅଣ୍ଡରଟେକିଙ୍ଗ କମିଟି ଅଧ୍ୟକ୍ଷ ପଦ୍ମଲୋଚନ ପଣ୍ଡା କହିଛନ୍ତି ବୈଠକରେ କଟନି ଛଟନୀ ବନ୍ଦ ଉପରେ ଗୁରୁତ୍ୱ ଦିଆଗଲା । ଏହାକୁ ବନ୍ଦ କରିବାକୁ ଆମେ ଯୋଗାଣ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛୁ। କେବଳ ଗୋଟିଏ ଲେଖା ଦେଇ ଚାଷୀ କିପରି ପଞ୍ଜୀକରଣ କରିପାରିବେ ସେଥିପାଇଁ ଆମେ ନିର୍ଦ୍ଦେଶ ଦେଇଛୁ । ମିଲର ମାନେ ମନମାନି ଚଳାଇଛନ୍ତି । କଟନୀ ଛଟନୀ ଯେମିତି ନହେବ ସେ ନେଇ କମିଟି ତାଗିତ କରିଛି। ଚାଷୀଙ୍କ ସମସ୍ୟା କଥା ଆମେ ମନ୍ତ୍ରୀଙ୍କୁ ବାରମ୍ୱାର କହୁଛୁ । ଅନଲାଇନ୍ ପଞ୍ଜୀକରଣ ସରଳ କରିବାକୁ କମିଟି ବୈଠକରେ ଯୋଗାଣ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପବ୍ଲିକ ଅଣ୍ଡରଟେକିଙ୍ଗ କମିଟି ବୈଠକରେ ଏନେଇ ବିସ୍ତୃତ ଆଲୋଚନା ହୋଇଛି ବୋଲି ସେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା