ଭୁବନେଶ୍ୱର, 4 ଅଗଷ୍ଟ (ହି.ସ.)- ଆଜି ବଳଙ୍ଗା
ପୀଡ଼ିତାଙ୍କ ହେବ ଶେଷକୃତ୍ୟ । ନିଜ ଗାଁ ବାୟାବର କବରସ୍ତାନରେ ତାଙ୍କୁ କବର ଦିଆଯିବ । ସମସ୍ତ
ରୀତିନୀତିରେ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର ହେବ । ବାୟାବର ଗାଁରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା
ବ୍ୟବସ୍ଥା କରାଯାଇଛି ।
ଗତକାଲି ଦିଲ୍ଲୀ ଏମ୍ସକୁ
ଗୁରୁତର ଅବସ୍ଥାରେ ଯାଇଥିବା ବଳଙ୍ଗା ପୀଡିତାଙ୍କ ମରଶରୀର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଥିଲା । ବିମାନବନ୍ଦରରେ ତାଙ୍କ
ମରଶରୀର ପହଞ୍ଚିବା ବେଳେ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା
ଗ୍ରହଣ କରାଯାଇଥିଲା । ବିଭିନ୍ନ ରାଜନୈତିକ ଦଳର ନେତା ସେଠାରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।
ଏହାପରେ କଡା ସୁରକ୍ଷା ଭିତରେ ତାଙ୍କ ମର ଶରୀରକୁ ମହାପ୍ରୟାଣ ଯାନରେ ତାଙ୍କ ପୈତୃକ ଗ୍ରାମକୁ
ନିଆଯାଇଥିଲା ।
ଶନିବାର ସନ୍ଧ୍ୟାରେ ଦିଲ୍ଲୀ
ଏମ୍ସରେ ବଳଙ୍ଗା ପୀଡିତାଙ୍କର ପରଲୋକ ହୋଇଥିଲା । ରବିବାରରେ ଶବବ୍ୟବଚ୍ଛେଦ ପରେ ତାଙ୍କ ପରିବାର
ଲୋକଙ୍କୁ ଦିଲ୍ଲୀରେ ଶବ ହସ୍ତାନ୍ତର କରାଯାଇଥିଲା । ଏହାପରେ ବିମାନଯୋଗେ ତାଙ୍କ ମରଶରୀରକୁ
ଭୁବନେଶ୍ୱର ଅଣାଯାଇଥିଲା ।
ଏଠାରେ ସୂଚନଯୋଗ୍ୟ ପୁରୀ
ଜିଲାର ବଳଙ୍ଗା ପୀଡ଼ିତା। ୧୫ ଦିନ ଧରି ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ପ୍ରାଣ
ହରାଇଥିଲେ। ଶନିବାର ସନ୍ଧ୍ୟା ୬ଟା ୨୨ ମିନିଟରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ
ପୀଡ଼ିତାଙ୍କର ମୃତ୍ୟୁ ଘଟିଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା