ଦାଦନ ରୋକିବାକୁ କାମ କରୁଛନ୍ତି ସରକାର- ଶ୍ରମ ମନ୍ତ୍ରୀ
ଭୁବନେଶ୍ୱର, 4 ଅଗଷ୍ଟ (ହି.ସ.)- ଆନ୍ଧ୍ରରେ 6 ଓଡ଼ିଆ ଶ୍ରମିକ ମୃତ୍ୟୁ ନେଇ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ମୋ ପରିବାରର 6 ଜଣଙ୍କ ଜୀବନ ଯାଇଛି । ଦାଦନ ରୋକିବାକୁ କାମ କରୁଛନ୍ତି ସରକାର । କାହିଁକି ଦାଦନ ଯାଉଛନ୍ତ
ଦାଦନ ରୋକିବାକୁ କାମ     କରୁଛନ୍ତି ସରକାର- ଶ୍ରମ ମନ୍ତ୍ରୀ


ଭୁବନେଶ୍ୱର, 4 ଅଗଷ୍ଟ (ହି.ସ.)- ଆନ୍ଧ୍ରରେ 6

ଓଡ଼ିଆ ଶ୍ରମିକ ମୃତ୍ୟୁ ନେଇ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ପ୍ରତିକ୍ରିୟା ରଖିଛନ୍ତି

। ସେ କହିଛନ୍ତି ଯେ, ମୋ ପରିବାରର 6 ଜଣଙ୍କ ଜୀବନ ଯାଇଛି । ଦାଦନ ରୋକିବାକୁ କାମ କରୁଛନ୍ତି

ସରକାର । କାହିଁକି ଦାଦନ ଯାଉଛନ୍ତି ସେ ନେଇ ଟାସ୍କଫୋର୍ସ ସ୍କିଲ ମ୍ୟାପିଂକରୁଛି । କାହିଁକି ଦାଦନ ଯାଉଛନ୍ତି ଓଡ଼ିଶାରେ ସେ କାମ

ଅଛି ନା ନାହିଁ । ଏହି କାମ ଏବେ ଶେଷ ପର୍ଯ୍ୟାୟରେ । ଖୁଵ ଶୀଘ୍ର ଏହି କାମ ଶେଷ କରି ଦାଦନ

ରୋକିବାକୁ କାମ ଆରମ୍ଭ ହେବ ।

ଦିଗ ପହଣ୍ଡିର ଅତିରିକ୍ତ ତହସିଲଦାର,

ଛତ୍ରପୁରର ଆସିଷ୍ଟାଣ୍ଟ ଲେବର ଅଫିସର ଘଟଣା ସ୍ଥଳକୁ

ଯାଇଛନ୍ତି । ଆଗାମୀ ଭବିଷ୍ୟତରେ ଯେମିତି ନ ହେବ ସେଥିପାଇଁ ସଚେତନ କରୁଛି ଶ୍ରମ ବିଭାଗ । 114

ଟି ବ୍ଲକରେ ଆସିଷ୍ଟାଣ୍ଟ ଲେବର ଅଫିସର ନିୟୋଜିତ କରାଯାଇଛି । 9 ଟି ଜିଲ୍ଲାରେ ଶ୍ରମ ବିଭାଗ

ସର୍ଭେ କରି ସାରିଛି । ଆମ ବିଭାଗ ସହିତ ଯୋଡି ହୋଇ ଲେବର କାର୍ଡ଼ କଲେ କାମ ଦେବା ଦିଗରେ କାର୍ଯ୍ୟ

କରିବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande