ଭୁବନେଶ୍ୱର, 4 ଅଗଷ୍ଟ (ହି.ସ.)- ହାଇକୋର୍ଟ
ସ୍ଥାୟୀ ବେଞ୍ଚ ପାଇଁ ଅନେକ ରାଜ୍ୟରୁ ଦାବି ହେଉଛି । ହାଇକୋର୍ଟ ବିଭାଜନ ହେବା ଲୋକଙ୍କ
ଦ୍ୱାରଦେଶରେ ନ୍ୟାୟ ପହଞ୍ଚିବା ପାଇଁ ବେଞ୍ଚ ପ୍ରତିଷ୍ଠା ଦାବି ସପକ୍ଷରେ ଆମେ ଥିଲୁ ଏବଂ ଅଛୁ ବୋଲି
କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଯେ, ଯଶବନ୍ତ ସିଂହ କମିଶନ
ହାଇକୋର୍ଟ ବେଞ୍ଚ ନେଇ ମାପଦଣ୍ଡ ସ୍ଥିର କରିଛନ୍ତି । ଓକିଲ ସଙ୍ଘ ନିଜ ଭିତରେ ଆଲୋଚନା କରି
ସ୍ଥିର କରିବା କଥା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା, କେଉଁଠି ହାଇକୋର୍ଟ ବେଞ୍ଚ ସ୍ଥାପନ ହେବ । ଆଜି ଯାଏଁ କେନ୍ଦ୍ର ସରକାରଙ୍କୁ ଏକ ସମନ୍ୱିତ
ପ୍ରସ୍ତାବ ଦିଆଗଲା ନାହିଁ । ଏ ବାବଦରେ ଓକିଲ ସଂଘ ସହ ଆଲୋଚନା ଚାଲିଛି । ଏକ ସମନ୍ୱିତ
ପ୍ରସ୍ତାବ ପଠାଇବାର ଆବଶ୍ୟକତା ଅଛି । ବେଞ୍ଚ ପ୍ରତିଷ୍ଠା ନେଇ ସ୍ଥାନ ଏବଂ ଆନୁଷଙ୍ଗିକ
ବ୍ୟବସ୍ଥା ନେଇ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା