ଗଞାମ, ୪ ଅଗଷ୍ଟ (ହି.ସ.) - ସାରା ଦେଶରେ ଭାରତୀୟ ଅସ୍ଥି ଶଲ୍ୟ ସଂଘର ଆହ୍ୱାନ କ୍ରମେ ୨୦୧୨ ମସିହା ଠାରୁ ଅଗଷ୍ଟ ଚାରି ତାରିଖ ଦିନ ଜାତୀୟ ଅସ୍ଥି ଓ ଗଣ୍ଠି ଦିବସ ରୂପେ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଅସ୍ଥିଶଲ୍ୟ ମଂଚ ତରଫରୁ ସମ୍ପାଦକ ଡାକ୍ତର ସଂକର୍ଷଣ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଖଲିକୋଟ ସ୍ୱୟଂ ଚାଳିତ ବିଶ୍ୱ ବିଦ୍ୟାଳୟ ଖେଳ ପଡିଆଠାରୁ ଉତ୍କଳ ଆଶ୍ରମ ସ୍ଥିତ ପାତ୍ର ହସ୍ପିଟାଲ ପର୍ଯ୍ୟନ୍ତ ଏକ ସଚେତନତା ପଦଯାତ୍ରାର ଆୟୋଜନ କରାଯାଇଥିଲା । ଏହି ଅବସରରେ ସଭାପତି ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡା ଅବନୀକାନ୍ତ ମିଶ୍ର, ଅସ୍ଥିଶଲ୍ୟ ବିଭାଗୀୟ ମୁଖ୍ୟ ପ୍ରଫେସର ଡା ସୁଧୀର ମହାପାତ୍ର, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଡାକ୍ତର କର୍ଣ୍ଣେଲ ପ୍ରଫୁଲ୍ଲ କୁମାର ନାୟକ, ପ୍ରଖ୍ୟାତ ବରିଷ୍ଠ ଅସ୍ଥି ଶଲ୍ୟ ବିଶେଷଜ୍ଞ ଡା କେ ସସ୍କାର ରାଓ ପ୍ରମୁଖ ଯୋଗ ଦେଇ ଅସ୍ଥି ଓ ଗଣ୍ଠି ସ୍ୱାସ୍ଥ୍ୟରକ୍ଷା ଓ ଅସ୍ଥି ଓ ଗଣ୍ଠି ରୋଗର ନିରାକରଣ ତଥା ଆଧୁନିକ ଚିକିତ୍ସା ପଦ୍ଧତି ବିଷୟରେ ସଚେତନ କରାଇଥିଲେ । ଏହି ପଦଯାତ୍ରାରେ ଅର୍ଜୁନ ହସ କ୍ଲବର ସଭାପତି ଶ୍ରୀ ସିମାଂଚଳ ବିଷୋୟୀଙ୍କ ସମେତ ସମସ୍ତ ସଦସ୍ୟ ଓ ଅନେକ ବରିଷ୍ଠ ନାଗରିକ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଇପକା ଫାର୍ମାସ୍ୟୁଟିକାଲର ଅସିତ ବାବୁ ଓ ତାଙ୍କ ସହଯୋଗୀ ଏବଂ ପାତ୍ର ହସ୍ପିଟାଲର କର୍ମକର୍ତମାନେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ହୃଷୀକେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ