ଭୁବନେଶ୍ୱର, 4 ଅଗଷ୍ଟ (ହି.ସ.)- ମହିଳାଙ୍କ ନାଇଟ
ସିଫ୍ଟ ନେଇ ପ୍ରତିକ୍ରିୟା ରଖିଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ମହିଳା ସହମତି ପ୍ରକାଶ
କରିଛନ୍ତି ନାଇଟ ସିଫ୍ଟ କାମ କରିପାରିବେ । ଏଥିପାଇଁ ସେମାନେ ଏକ ଫର୍ମ ଫିଲପ କରିକି ଦେବେ । ଇଣ୍ଟାରନାଲ
କମ୍ପ୍ଲେନ କମିଟିକୁ ଏ ନେଇ ଚିଠି କରାଯାଇଛି । ଆମ ବିଚାର ପରିବର୍ତ୍ତନ କରିବାର ଅଛି । ଏହା
ଦ୍ୱାରା ମହିଳା ମାନେ ସାହସ ପାଇବେ, ସଶକ୍ତ ହେବେ । ମହିଳା ପୁରୁଷ ଭିତରେ ତାରତାମ୍ୟ ଯେପରି କମିବ ସେ ଦିଗରେ ଆମ ସରକାର
କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି । କେନ୍ଦ୍ରୀୟ ଆଇନ ଅନୁସାରେ ବିଭିନ୍ନ ରାଜ୍ୟକୁ ଚିଠି
ହୋଇଛି । ଆମ ରାଜ୍ୟରେ ପୁରୁଷ ମହିଳା ମଧ୍ୟରେ ଥିବା ତାରତମ୍ୟ କମାଇବା ଏବଂ ସଶକ୍ତିକରଣ କରିବା
ସେ ଦିଗରେ ଗୁରୁତ୍ୱ ଦିଆଯାଉଛି । ସେଥିପାଇଁ ନାଇଟ୍ ସିଫ୍ଟପାଇଁ ଅନୁମତି ଦିଆଯାଇଛି । କିନ୍ତୁ ସେମାନଙ୍କର
ସହମତିରେ ଫାର୍ମ ଭରିକି ଦେବାକୁ ହେବ । ପ୍ରତ୍ୟେକ ଅନୁଷ୍ଠାନରେ ଆନ୍ତରୀଣ ଅଭିଯୋଗ କମିଟି ରହିଛି
। ମହିଳାଙ୍କୁ ସାମାଜିକ ସୁରକ୍ଷା ପାଇଁ ସରକାର ସମ୍ବେଦନଶୀଳ ବୋଲି ଶ୍ରମ ମନ୍ତ୍ରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା