ଶିବୁ ସୋରେନଙ୍କ ବିୟୋଗରେ ବିଜେପି ରାଜ୍ୟ ସଭାପତିଙ୍କ ଶୋକ
ଭୁବନେଶ୍ୱର, ୪ ଅଗଷ୍ଟ (ହି.ସ )- ପଡୋଶୀ ଝାଡଖଣ୍ଡ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଆଜି ୮୧ ବର୍ଷ ବୟସରେ ପରଲୋକ ଘଟିଛି । ଦୀର୍ଘ ୪ ଦଶନ୍ଧିରୁ ଉର୍ଦ୍ଧ ସମୟ ଧରି ରାଜନୀତିରେ ସକ୍ରିୟ ଥିଲେ । ସ୍ୱର୍ଗତଃ ସୋରେନ ୩ଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିବା ସହିତ ୮ ଥର ଲୋକସଭା ଏବଂ ୩ ଥ
ଶିବୁ ସୋରେନଙ୍କ ବିୟୋଗରେ ବିଜେପି ରାଜ୍ୟ ସଭାପତିଙ୍କ ଶୋକ


ଭୁବନେଶ୍ୱର, ୪ ଅଗଷ୍ଟ (ହି.ସ )- ପଡୋଶୀ ଝାଡଖଣ୍ଡ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଆଜି ୮୧ ବର୍ଷ ବୟସରେ ପରଲୋକ ଘଟିଛି । ଦୀର୍ଘ ୪ ଦଶନ୍ଧିରୁ ଉର୍ଦ୍ଧ ସମୟ ଧରି ରାଜନୀତିରେ ସକ୍ରିୟ ଥିଲେ । ସ୍ୱର୍ଗତଃ ସୋରେନ ୩ଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିବା ସହିତ ୮ ଥର ଲୋକସଭା ଏବଂ ୩ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଜନଜାତି ବର୍ଗଙ୍କ ପାଇଁ ଅଗ୍ରଣୀ ନେତୃତ୍ୱ ନେଇ ସ୍ୱର୍ଗତଃ ସୋରେନ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ରାଜ୍ୟସଭା ସାଂସଦ ଭାବେ ତାଙ୍କ ସହ ଏକାଠି କାମ କରିବାର ସୁଯୋଗ ମିଳିଥିଲା । ଅନୁଭବୀ ସ୍ୱର୍ଗତଃ ସୋରେନଙ୍କ ବିୟୋଗ ଅନୁସୂଚିତ ଜନଜାତି ବର୍ଗ ପାଇଁ ବିରାଟ କ୍ଷତି ଏବଂ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ ଶୋକ ବ୍ୟକ୍ତ କରିଛନ୍ତି । ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande