ଭୁବନେଶ୍ୱର, 4 ଅଗଷ୍ଟ (ହି.ସ.)
- ଶିବୁ ସୋରେନଙ୍କ ବିୟୋଗରେ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ
ଏବଂ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରତିଷ୍ଠାତା ଶିବୁ ସୋରେନଙ୍କ ପରଲୋକର ଖବର ଶୁଣି ମୁଁ ଗଭୀର
ଦୁଃଖିତ। ସେ ଜଣେ ପ୍ରମୁଖ ଆଦିବାସୀ ନେତା ଥିଲେ ଏବଂ ଆଦିବାସୀ ଓ ବଞ୍ଚିତ ଲୋକମାନଙ୍କ ଅଧିକାର
ପାଇଁ ତାଙ୍କର ସମର୍ପିତ ସଂଘର୍ଷ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ଶୋକର ଏହି ସମୟରେ ମୋର ସମବେଦନା
ଓ ପ୍ରାର୍ଥନା ତାଙ୍କର ପରିବାର, ବନ୍ଧୁ ଓ ପ୍ରଶଂସକଙ୍କ ସହ ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା