ଲକ୍ଷପତି ଦିଦି ହେବେ କୋଟିପତି ଦିଦି
ଭୁବନେଶ୍ୱର, ୦୪ ଅଗଷ୍ଟ (ହି.ସ )- ଲକ୍ଷପତି ଦିଦି ହେବେ କୋଟିପତି ଦିଦି।ସେମାନଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀରୁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ଋଣ ଯୋଗାଇଦେବାକୁ ସରକାର ପ୍ରାଥମିକତା ଦେବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସୋମବାର ଦିନ ଉପମୁଖ୍ୟମନ୍ତ୍ରୀ ସୁଭଦ୍ରା ଭଉଣୀଙ୍କ ସହ ଆଲୋଚନା କ
ଲକ୍ଷପତି ଦିଦି ହେବେ କୋଟିପତି ଦିଦି


ଭୁବନେଶ୍ୱର, ୦୪ ଅଗଷ୍ଟ (ହି.ସ )- ଲକ୍ଷପତି ଦିଦି ହେବେ କୋଟିପତି ଦିଦି।ସେମାନଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀରୁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ଋଣ ଯୋଗାଇଦେବାକୁ ସରକାର ପ୍ରାଥମିକତା ଦେବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସୋମବାର ଦିନ ଉପମୁଖ୍ୟମନ୍ତ୍ରୀ ସୁଭଦ୍ରା ଭଉଣୀଙ୍କ ସହ ଆଲୋଚନା କରି କହିଛନ୍ତି ଯେ ସରକାର ଯେତେ ଆର୍ôଥକ ସହାୟତା ଦେଉଛନ୍ତି ବ୍ୟାଙ୍କ ସହ ସଂଯୋଗ କରାଯିବ। ଏସଏଚଜିରୁ ମିଳୁଥିବା ବିନା ସୁଧ ଋଣ କେମିତି ଯୋଗାଇ ବର୍ଷକରେ ଲକ୍ଷପତିଙ୍କୁ କୋଟିପତି ଦିଦି କରାଯିବ ସେନେଇ ସରକାର ଗୁରୁତ୍ୱ ଦେଉଛନ୍ତି। ଏହାସହ ସଫଳ ସୁଭଦ୍ରା ଭଉଣୀଙ୍କୁ ବିଭାଗକୁ ଚିଠି ଲେଖିବାକୁ କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ସୁଭଦ୍ରା ଟଙ୍କାରେ କଣ କରିଛନ୍ତି ସେ ନେଇ ଚିଠି ଲେଖିବାକୁ କୁହାଯାଇଛି। ସଫଳ ବିଜିନେସ ମଡେଲକୁ ୱେବ ସାଇଟରେ ସ୍ଥାନିତ କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande