ଭୁବନେଶ୍ୱର, 4 ଅଗଷ୍ଟ (ହି.ସ.)- ପାଉଁଶ
ନିଷ୍କାସନ ପାଇଁ ଚଳିତ ସପ୍ତାହରେ ନୂଆ ଏସଓପିଜାରି କରିବେ ରାଜ୍ୟ ସରକାର । ନୂଆ ଏସଓପିତିଆରି ହୋଇଥିବା ନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ପାଉଁଶ ପୋଖରୀ
ବାବଦରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସଂସ୍ଥା ମାନଙ୍କ ସହ ଆଲୋଚନା କରୁଛନ୍ତି ରାଜ୍ୟ ସରକାର । ଗାଁ
ଭିତରେ ପାଉଁଶ ପୋଖରୀ ନକରିବା, ପାଉଁଶ ପୋଖରୀ ତଳେ ଜନବସତି ନରହୁ, ପାଉଁଶ ପୋଖରୀ ପାଇଁ ଲୋକ ଯେମିତି ବାସଚ୍ୟୁତ ହେବେ ନାହିଁ,
ଟ୍ରକ୍ ମାଧ୍ୟମରେ ପାଉଁଶ ପରିବହନ ନକରି ପାଇପ ଯୋଗେ
ସ୍ଲରିରେ ପରିଣତ କରି ଜନବସତି ନଥିବା ସ୍ଥାନ ଯାଏଁ ନେବା ଉପରେ ଗୁରୁତ୍ଵ ଦେବାକୁ ପଡ଼ିବ ।
ଏହାଦ୍ବାରା ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ବାହାରୁଥିବା ପାଉଁଶ ସଠିକ୍ ଭାବେ ନିଷ୍କାସନ ହୋଇପାରିବ
। ଏହାଦ୍ବାରା ବାୟୁ ମଣ୍ଡଳ ପ୍ରଦୂଷଣ କମିବା ସହ ଲୋକ ମଧ୍ୟ ହଇରାଣ ହେବେ ନାହିଁ । ଏ ନେଇ ତାପଜ
ବିଦ୍ୟୁତ୍ ଉତ୍ପାଦନ କରୁଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା ସହ ଆଲୋଚନା
ଚାଲିଛି । ଏନଏଲସିକମ୍ପାନୀ ତୋଲାବିରାରେ ପାଉଁଶ ପୋଖରୀ ପାଇଁ ପ୍ରସ୍ତାବ ଦେଇଛି । ଜିଲ୍ଲା ପ୍ରଶାସନ ସହ
ଆଲୋଚନା କରି ମାସେ ଭିତରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ । ଜନବସତି
ନଥିବା ଦୂର ଜାଗାରେ ସ୍ଥାନ ନିରୂପଣ କରି ପାଇପ ପାଇପ ମାଧ୍ୟମରେ ପାଉଁଶ ନିଷ୍କାସନ କରିବାକୁ
କହିଛନ୍ତି ମନ୍ତ୍ରୀ ।
କୋଇଲାରୁ ତାପଜ ବିଦ୍ୟୁତ
ଉତ୍ପାଦନ ହେଉଥିବା ଯୋଗୁଁ ପାଉଁଶ ଦ୍ଵାରା 4ଟି ଜିଲ୍ଲା ପ୍ରଭାବିତ ହେଉଛି । ସମ୍ବଲପୁର,
ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ ଅନୁଗୁଳ ଜିଲ୍ଲା ହେଉଛି ପ୍ରଭାବିତ । ଓଡ଼ିଶାରେ 94 ପ୍ରତିଶତ ତାପଜ
ବିଦ୍ୟୁତ ଏହି 4ଟି ଜିଲ୍ଲାରୁ ଉତ୍ପାଦନ ହୁଏ । କିନ୍ତୁ କୋଇଲା ପୋଡ଼ି ସେଥିରୁ ବାହାରୁଥିବା
ପାଉଁସ ଏହି ସବୁ ଅଞ୍ଚଳରେ ବହୁତ ସମସ୍ୟା ତିଆରି କରିଛି । ବିଭିନ୍ନ କମ୍ପାନୀର ପାଉଁଶ ପୋଖରୀ
ଭାଙ୍ଗି ମଧ୍ୟ ଲୋକଙ୍କର ବହୁତ କ୍ଷୟକ୍ଷତି ହୋଇଛି ବୋଲି ସୁରେଶ ପୂଜାରୀ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା