କ୍ରାଇମବ୍ରାଞ୍ଚ ଏବଂ ଭିଜିଲାନ୍ସକୁ ପୂର୍ବ ସରକାର ଅପରାଧୀଙ୍କୁ ବଞ୍ଚାଇବାକୁ ବ୍ୟବହାର କରୁଥିଲେ- ସୁରେଶ ପୂଜାରୀ
ଭୁବନେଶ୍ୱର, 4 ଅଗଷ୍ଟ (ହି.ସ.)- ଏଫଏମକଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ଆଉ 2 ଜଣ ଗିରଫ ହେବା ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ପୂର୍ବ ସରକାର ସମୟରେ ଅପରାଧରେ ସରକାରୀ ଦଳର ଲୋକଙ୍କ ସଂପୃକ୍ତି ଅଭିଯୋଗ ଆସୁଥିଲା
କ୍ରାଇମବ୍ରାଞ୍ଚ ଏବଂ     ଭିଜିଲାନ୍ସକୁ ପୂର୍ବ ସରକାର ଅପରାଧୀଙ୍କୁ ବଞ୍ଚାଇବାକୁ ବ୍ୟବହାର କରୁଥିଲେ- ସୁରେଶ ପୂଜାରୀ


ଭୁବନେଶ୍ୱର, 4 ଅଗଷ୍ଟ (ହି.ସ.)- ଏଫଏମକଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ଆଉ 2 ଜଣ ଗିରଫ

ହେବା ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି

ଯେ, ପୂର୍ବ ସରକାର ସମୟରେ ଅପରାଧରେ ସରକାରୀ ଦଳର ଲୋକଙ୍କ ସଂପୃକ୍ତି ଅଭିଯୋଗ ଆସୁଥିଲା

ସେଥିପାଇଁ ତଦନ୍ତ ପ୍ରଭାବିତ ହେଉଥିଲା । କ୍ରାଇମବ୍ରାଞ୍ଚ ଏବଂ ଭିଜିଲାନ୍ସକୁ ପୂର୍ବ ସରକାର

ଅପରାଧୀଙ୍କୁ ବଞ୍ଚାଇବାକୁ ବ୍ୟବହାର କରୁଥିଲେ । ଭିଜିଲାନ୍ସ ଖଣ୍ଡା ଭଳି କାମ କରୁଥିଲା ଏବଂ

କ୍ରାଇମବ୍ରାଞ୍ଚ ଅପରାଧୀଙ୍କୁ ବଞ୍ଚାଇବାକୁ ଢାଲ ହେଉଥିଲା । ବିଜେପି ସରକାରରେ ମଧ୍ୟ ଉଭୟ

କାର୍ଯ୍ୟ କରୁଛନ୍ତି କିନ୍ତୁ ଧର୍ମ କି ପାର୍ଟି ପାଇଁ ନୁହେଁ । ବରଂ କ୍ରାଇମ୍ ବ୍ରାଞ୍ଚ ଏବଂ

ଭିଜିଲାନ୍ସ ଉଭୟ ସଂସ୍ଥା ଖଣ୍ଡା ଭଳି କାର୍ଯ୍ୟ କରୁଛନ୍ତି । ଯିଏ ଅପରାଧ କରୁଛି ଦଣ୍ଡିତ ହେବ ।

ଅତୀତରେ ଅପରାଧ ଘଟୁଥିଲା କିନ୍ତୁ ଆଇନ ଅପରାଧୀ ପାଖରେ ପହଞ୍ଚୁନଥିଲା । ତେଣୁ ଏଥିରୁ ବିରୋଧୀ

ଶିଖିବା ଏବଂ ସୁଧୁରିବା କଥା । ନିଜ କାର୍ଯ୍ୟ ବିରୋଧୀ ଯଦି ଦର୍ପଣରେ ଦେଖନ୍ତେ ଏସବୁ କୁହନ୍ତେ

ନାହିଁ । ଅପରାଧ ପ୍ରବଣତା ସମାଜରେ ଯୁଗେ ଯୁଗେ ରହିଛି ବୈଦିକ ଯୁଗରେ ମଧ୍ୟ ଅପରାଧ ରହିଥିଲା ।

କିନ୍ତୁ ବଡ଼ କଥା ଅପରାଧକୁ ରୋକିବାକୁ କଣ ପଦକ୍ଷେପ ନିଆଯାଉଛି । କିଛି ଦିନ ତଳେ ଜଣେ ଜଙ୍ଗଲ

ବାବୁଙ୍କ ପାଖରୁ ଶତାଧିକ ପ୍ଲଟ ମିଳିଲା । ପୂର୍ବରୁ ଯଦି ଧରା ହୋଇଥାନ୍ତେ ତେବେ ଏତେ ପ୍ଲଟ କରି

କରି ପାରିନଥାନ୍ତେ । ଏଫଏମକଲେଜ ଘଟଣା ହେଉ କି ଯେଉଁ ଘଟଣା ହେଉ । ବିଜେପି ସରକାରରେ ଏମିତି କୌଣସି ଘଟଣା ନାହିଁ,

ଯେଉଁଠି ଆଇନ ଅପରାଧୀ ପାଖରେ ପହଞ୍ଚି ନାହିଁ ବୋଲି

ସୁରେଶ ପୂଜାରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande