ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ
ଭୁବନେଶ୍ୱର, ୦୪ ଅଗଷ୍ଟ (ହି.ସ )- ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଦିବଙ୍ଗତା ବଳଙ୍ଗା ପୀଡ଼ିତା, ଏଫଏମ ସ୍ୱୟଂଶାସିତ ମହା ବିଦ୍ୟାଳୟର ପୀଡ଼ିତା ଓ ଧର୍ମଶାଳା ବିଧାୟକଙ୍କ ଦ୍ୱାରା ଅତ୍ୟାଚାରିତାଙ୍କୁ ନ୍ୟାୟ ଦାବିରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍
ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ


ଭୁବନେଶ୍ୱର, ୦୪ ଅଗଷ୍ଟ (ହି.ସ )- ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଦିବଙ୍ଗତା ବଳଙ୍ଗା ପୀଡ଼ିତା, ଏଫଏମ ସ୍ୱୟଂଶାସିତ ମହା ବିଦ୍ୟାଳୟର ପୀଡ଼ିତା ଓ ଧର୍ମଶାଳା ବିଧାୟକଙ୍କ ଦ୍ୱାରା ଅତ୍ୟାଚାରିତାଙ୍କୁ ନ୍ୟାୟ ଦାବିରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇଥିଲା । ପୋଲିସ ସହ ଧସ୍ତାଧସ୍ତି ପରେ ଯୁବ କଂଗ୍ରେସର କର୍ମୀମାନଙ୍କୁ ପୋଲିସ ସେଠାରୁ ଗରିଫ କରି ନେଇଯାଇଥିଲା।

ଏହି ଅବସରରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର କହିଛନ୍ତି ଯେ ଓଡ଼ିଶାର ନାରୀଙ୍କୁ ନ୍ୟାୟ ଦେବାରେ ବିଜେପି ସରକାର ବିଫଳ ହୋଇଛନ୍ତି । ଦିନକୁ ୧୫ ଜଣ ମହିଳା ଦୁଷ୍କର୍ମର ଶିକାର। ମୋହନ ସରକାର ଦୁଷ୍କର୍ମକାରୀ, ମହିଳା ଅତ୍ୟାଚାରୀ ଓ ନିର୍ଯାତନାକାରୀର ପକ୍ଷ ନେଉଛନ୍ତି। ଓଡ଼ିଶାର ମହିଳା ଆତଙ୍କିତ। ରାସ୍ତାରେ ସୁରକ୍ଷିତ ଭାବେ ଚାଲିଯିବାକୁ ଭୟ କରୁଛନ୍ତି ।

ବଳଙ୍ଗା ପୀଡ଼ିତାଙ୍କୁ ହତ୍ୟା କରାଯାଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଣମାଧ୍‌ଯମରେ କହିଲେ ପୀଡ଼ିତାର ସ୍ୱାସ୍ଥ୍ୟ ଅବସ୍ଥାର ଉନ୍ନତି ଘଟୁଛି ମାତ୍ର ପୀଡ଼ିତା ମୃତ୍ୟୁବରଣ କଲା କିପରି । ପ୍ରଭାତୀ ପରିଡ଼ାଙ୍କ ରଚିତ କାହାଣୀକୁ ପୋଲିସ ବା ତଦନ୍ତକାରୀ ସଂସ୍ଥା ରିପୋର୍ଟ ପ୍ରସ୍ତୁତ କରିଛି ।ଅପରାଧିକୁ ଘଂଟ ଘୋଡ଼ାଇବା ପାଇଁ ପ୍ରଶାସନ ଲାଗିପଡ଼ିଛି । ଯୁବ କଂଗ୍ରେସ ଅପରାଧିକୁ ତୁରନ୍ତ ଗିରଫ ଏବଂ ପୀଡ଼ିତାର ପରିବାରକୁ ଏକକୋଟି ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବାକୁ ଦାବି କରିଛି ।

ଅନ୍ୟପକ୍ଷରେ ଯୁବ କଂଗ୍ରେସ ବାଲେଶ୍ୱର ସ୍ୱୟଂଶାସିତ ବିଶ୍ୱବିଦ୍ୟାଳୟର ଦିବଂଗତା ପୀଡ଼ିତାର ଆତ୍ମହତ୍ୟା ଉଦ୍ୟମ ପଛରେ ଏବିଭିପି ସଂଗଠନର ଭୂମିକା ରହିଛି ବୋଲି ଅଭିଯୋଗ କରିଥିଲା । ଘଟଣାକ୍ରମରେ ସତ୍ୟ ପଦାକୁ ଆସିଛି। ଏବିଭିପି ସଂଗଠନ ପୀଡ଼ିତାକୁ ହତ୍ୟା କରିଛି । ସୁତରାଂ ଓଡ଼ିଶାର ଶିକ୍ଷାନୁଷ୍ଠାନ ପରିସରରେ ଏବିଭିପି ସଂଗଠନର କାର୍ଯ୍ୟକ୍ରମକୁ ସରକାର ଅଶିଦ୍ଧ ଘୋଷଣା କରିବାକୁ ଯୁବ କଂଗ୍ରେସ ଦାବି କରୁଛି।

ଧର୍ମଶାଳାର ବିଧାୟକ ଯେଉଁଭଳି ଭାବେ ଜଣେ ମହିଳାଙ୍କୁ ଆକ୍ରମଣ କରିଛନ୍ତି ଏବଂ ମହିଳାଜଣଙ୍କ ତାଙ୍କ ବିରୋଧରେ ସ୍ଥାନୀୟ ଥାନାରେ ଏତଲା ଦରଜ କରିଛନ୍ତି ଓ ପୋଲିସ ଏପର୍ଯ୍ୟନ୍ତ ନିରବ ବସିଛି ତାହା ଅତ୍ୟନ୍ତ କ୍ଷୋଭର ବିଷୟ । ତୁରନ୍ତ କାର୍ଯାନୁଷ୍ଠାନ ଗ୍ରହଣ ପାଇଁ ଯୁବ କଂଗ୍ରେସ ଦାବି କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande