ମାଲକାନଗିରି, ୫ ଅଗଷ୍ଟ (ହି.ସ.) - ନିଷିଦ୍ଧ ଭାବେ କଇଁଛ ବ୍ୟବସାୟ ସମ୍ପର୍କରେ ଭରସାଯୋଗ୍ୟ ତଥ୍ୟ ମିଳିବା ପରେ ମାଲକାନଗିରି ଜିଲ୍ଲା ବନଖଣ୍ଡଅ ଧିକାରୀ ସାଇ କିରଣ ଡି ଏନ ଙ୍କ ନେତୃତ୍ୱରେ ଏକ ବିଶେଷ ଟିମ ଗଠନ କରାଯାଇଥିଲା । ଏହି ଟିମ ର ନେତୃତ୍ୱ ନେଇଥିଲେ ମାଲକାନଗିରି ଜିଲ୍ଲାର ସହାୟକ ବନଖଣ୍ଡ ଅଧିକାରୀ ମନସୁନ ଖେମୁଣ୍ଡୁ ମୋଟୁ ଫରେଷ୍ଟର ମୁରଲୀଧର ଅନୁଗୁଳିଆ ଓ ମୋଟୁ ସେକ୍ସନ ର ସମସ୍ତ ବନ କର୍ମଚାରୀମାନେ ଗତ କାଲି ରାତି ଠାରୁ ମାଲକାନଗିରି ଜିଲ୍ଲାର ସୀମାନ୍ତ ମୋଟୁ ଅଂଚଳରେ କୌଶଳ ପୁର୍ଣ ଭାବେ ଜଗିଥିଲେ ।
ଅପରାହ୍ନ ପ୍ରାୟ ୪ଟା ସମୟରେ ମୋଟୁ - କୋଂଟା ବ୍ରିଜ ନିକଟରେ କଇଁଛ ଅବୈଧ ଚୋରା ଚାଲାଣ ସହିତ ଜଡିତ ଥିବା ତିନି ଜଣ ବ୍ୟକ୍ତି ଧରାପଡ଼ିଛନ୍ତି । ସେମାନଙ୍କ ଠାରୁ ମୋଟ ୧୦୭୮ ଟି କଇଁଛ ଜବତ କରାଯାଇଛି ଯାହାମଧ୍ୟ ରୁ ୯୧୦ ଟି କଇଁଛ ଜୀବନ୍ତ ଓ ୧୬୮ ଟି କଇଁଛ ମୃତ ଜଣାଯାଇଛି। ଏହି ଅବୈଧ ଚାଲାଣ ରେ ବ୍ୟବହୃତ ହୋଇଥିବା ଗୋଟିଏ ବୋଲେରୋ ଗାଡି ଏବଂ ତିନି ଗୋଟି ମୋବାଇଲ ଫୋନ୍ ମଧ୍ୟ ଜବତ କରାଯାଇଛି । ଏହି କଇଁଛ ଆନ୍ଧ୍ର ପ୍ରଦେଶରୁ ଟିଗଲ ପଞ୍ଚାୟତ ଏମପିଭି ୬୫ ଗ୍ରାମକୁ ବିକ୍ରୟ ଏବଂ ଖାଇବା ଉଦ୍ଦେଶ୍ୟରେ ଚୋରା ଚାଲାଣ କରାଯାଉଥିଲା । ମୁଖ୍ୟ ଆସାମୀ ଏମ ଭି ୭୯ ଥାନା ଅନ୍ତର୍ଗତ ଏମପିଭି ୬୫ ଗ୍ରାମର ସୁକୁମାର ତରଫଦାର ଓରଫ ଖୋକନ, ଗିରଫ ହେବା ସହିତ ଅନ୍ୟ ଦୁଇ ଜଣ ଛତିଶଗଡ ରାଜ୍ୟ ସୁକୁମା ଜିଲ୍ଲା ଦରନାପାଲ ଗ୍ରାମର ଡ୍ରାଇଭର ଯୁଗଳ ଚନ୍ଦ୍ର ଦେ ,ଓ ଏମଭି ୭୯ ଥାନା ଅନ୍ତର୍ଗତ ଏମପି ଭି ୫୬ ଗ୍ରାମର ବିଶ୍ୱନାଥ ମଣ୍ଡଳ ଗିରଫ ହୋଇଛନ୍ତି।
ଅବୈଧ ବନ୍ୟଜନ୍ତୁ ବ୍ୟବସାୟରେ ଅନ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ତଦନ୍ତ କାର?୍ୟ୍ୟ ଚାଲିଛି ବୋଲି ତଦନ୍ତକାରି ଅଧିକାରିଣୀ ଏସି ଏଫ ମୁନସୁନ ଖେମୁଣ୍ଡୁ କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ