ଅନ୍ଧାରରେ ରୋଗୀ ପରିବହନ କରୁଛି ୧୦୮ ଆମ୍ବୁଲାନ୍ସ
ମାଲକାନଗିରି, ୫ ଅଗଷ୍ଟ (ହି.ସ.)- ଭଙ୍ଗା ଦଦରା ୧୦୮ ଆମ୍ବୁଲାନ୍ସ । ଅନ୍ଧାରରେ ରୋଗୀ ପରିବହନ । ଫ୍ୟାନ କିମ୍ବା ଏସି ତ ଦୂରରେ ଥାଉ । ରାତିରେ ଲାଇଟ ଖଣ୍ଡେ ମଧ୍ୟ ଜଳୁ ନାହିଁ । ଆଉ କିଟ କିଟ୍ ଅନ୍ଧାରରେ ରୋଗୀ ପରିବହନ କରୁଛି ୧୦୮ ଆମ୍ବୁଲାନ୍ସ । ଏ ଦୃଶ୍ୟ ଆସିଛି ମାଲକାନଗିରି ଜିଲ୍ଲାରୁ । କୋରୁକୋଣ୍ଡା
ଅନ୍ଧାରରେ ରୋଗୀ ପରିବହନ କରୁଛି ୧୦୮ ଆମ୍ବୁଲାନ୍ସ


ମାଲକାନଗିରି, ୫ ଅଗଷ୍ଟ (ହି.ସ.)-

ଭଙ୍ଗା ଦଦରା ୧୦୮ ଆମ୍ବୁଲାନ୍ସ । ଅନ୍ଧାରରେ ରୋଗୀ ପରିବହନ । ଫ୍ୟାନ କିମ୍ବା ଏସି ତ ଦୂରରେ ଥାଉ । ରାତିରେ ଲାଇଟ ଖଣ୍ଡେ ମଧ୍ୟ ଜଳୁ ନାହିଁ । ଆଉ କିଟ କିଟ୍ ଅନ୍ଧାରରେ ରୋଗୀ ପରିବହନ କରୁଛି ୧୦୮ ଆମ୍ବୁଲାନ୍ସ । ଏ ଦୃଶ୍ୟ ଆସିଛି ମାଲକାନଗିରି ଜିଲ୍ଲାରୁ । କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜୀବନ ମରଣ ସହ ସଂଗ୍ରାମ କରୁଥିବା ଜଣେ ଗୁରୁତର ରୋଗୀଙ୍କୁ ଗତକାଲି ରାତ୍ରରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା l ସମ୍ପୂର୍ଣ ଅନ୍ଧାର ସାଙ୍ଗକୁ ଗରମ ଗୁଳୁଗୁଳିରେ ରୋଗୀ ପରିବହନ କରି ମାଲାକାନଗିରିକୁ ଆସିଥିଲା ୧୦୮ ଆମ୍ବୁଲାନ୍ସ । ଆଉ ଏବସ୍ଥା ଏମିତିକି ଆମ୍ବୁଲାନ୍ସର ମୁଖ୍ୟ ଦ୍ୱାର ଦୌଡ଼ିରେ ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା l

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande