ଜୟପୁର, ୫ ଅଗଷ୍ଟ (ହି.ସ.)- ଜୟପୁର ସଦର ଥାନା ଅନ୍ତର୍ଗତ ଘିଉରି ଗ୍ରାମର ଶତାଧିକ ମହିଳା ଆଜି ଉପ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଦାଵିପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଗତ ୩୧ ତାରିଖରେ ଜଣେ ଯୁବତୀ ଦୋକାନ ଯାଉଥିବା ସମୟରେ ତିନି ଜଣ ଯୁବକ କମେଣ୍ଟ ମାରିଥିଲେ । ପରେ ଯୁବତୀ ଜଣକ ଘରେ ଆସି ସବୁ କଥା କହିବା ପରେ ଯୁବତୀର ଭାଇ ଓ ସାଙ୍ଗ ମାନେ କମେଣ୍ଟ ମାରିଥିବା ୩ ଜଣଙ୍କୁ ପଚାରିଥିଲେ । ଘଟଣାଟି ବଡ ଧରଣର ଗୋଷ୍ଠି ସଂଘର୍ଷ ହୋଇଥିଲା । ପରେ ରକ୍ତାକ୍ତ ରୁପ ନେଇ ଉଭଭ ପକ୍ଷ ଜଣେ ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ଅନ୍ୟ ଜଣେ କୋରାପୁଟ ସ୍ଥିତ ମେଡିକାଲ କଲେଜ ଏବଂ ହସପିଟାଲରେ ଚିକିତ୍ସାଧିନ ଅଛନ୍ତି । ଗତ ୧ ତାରିଖରେ ପ୍ରାୟ ୩ ଶହରୁ ୪ ଶହ ଲୋକ ମରଣାସ୍ତ୍ର ଧରି ସାହି ଭିତରେ ପଶି ପୁରୁଷ ମାନଙ୍କୁ ଆକ୍ରମଣ ପାଇଁ ଖୋଜି ବୁଲିଲେ । ପୁରୁଷ ମାନେ କାମ ଧନ୍ଦାକୁ ଯାଇଥିବାରୁ ସ୍ତ୍ରୀ ମାନେ ସୂଚନା ଦେବା ପରେ ପୁରୁଷ ମାନେ ଆଉ ଗ୍ରାମ କୁ ଯାଇନଥିଲେ । ଏନେଇ ପୋଲିସ ଏସଡିପିଓଙ୍କ ନିକଟରେ ଅଭିଯୋଗ କରିବାରୁ ପୋଲିସ ପେଟ୍ରୋଲିଙ୍ଗ କରିଥିଲା । ବର୍ତମାନ ପରିବାଲ ଲୋକେ ଅସୁରକ୍ଷିତ ତେଣୁ ପ୍ରଶାସନ ସୁରକ୍ଷା ନିମନ୍ତେ କାଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାହି ବାସିନ୍ଦା ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି