ଫାଇଲେରିଆ ନିରାକରଣ ପାଇଁ ସଚେତନତା ଶିବିର
ବାରିପଦା, ୫ ଅଗଷ୍ଟ (ହି.ସ.)- ମୟୂରଭଞ୍ଜ ଜିଲ୍ଲାରେ ଫାଇଲେରିଆ ରୋଗର ନିରାକରଣ ପାଇଁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ଏକ ସଚେତନତା ଶିବିର ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ ଅଧିକାରୀ ଡ଼କ୍ଟର କିଶୋର କୁମାର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯ
Press meet photo


ବାରିପଦା, ୫ ଅଗଷ୍ଟ (ହି.ସ.)- ମୟୂରଭଞ୍ଜ ଜିଲ୍ଲାରେ ଫାଇଲେରିଆ ରୋଗର ନିରାକରଣ ପାଇଁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ଏକ ସଚେତନତା ଶିବିର ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ ଅଧିକାରୀ ଡ଼କ୍ଟର କିଶୋର କୁମାର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଆସନ୍ତା ଅଗଷ୍ଟ ୧୦ ରୁ ଅଗଷ୍ଟ ୧୯ ପର୍ଯ୍ୟନ୍ତ ହେବାକୁ ଥିବା ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ସମ୍ବଦ୍ଧରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ସାମୁହିକ ଔଷଧ ଭାବରେ ଡି.ଇ.ସି, ଆଲବେଣ୍ଡIଜଲ ଏବଂ ଆଇଭରମେକ୍ଟିନ ବଟିକା ସମ୍ପୂର୍ଣ୍ଣ ନିରାପଦ ଓ ସୁରକ୍ଷିତ । ଜିଲ୍ଲା ଭେକ୍ଟଟର ବାହିତ ରୋଗ ଅଧିକାରୀ ଡ଼କ୍ଟର ବିଜୟ କୁମାର ଦାଶ, ଜିଲ୍ଲା ଭେକ୍ଟଟର ବାହିତ ରୋଗ ପରାମର୍ଶ ଦାତା ତପନ କୁମାର ସାହୁ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ ଓ ସ୍ୱେଚ୍ଛାସେବୀ ମାନେ ଘରକୁ ଘର ବୁଲି ଏହି ଔଷଧ ବୟସ ଆଧାରରେ ଭିନ୍ନ ଭିନ୍ନ ମାତ୍ରାରେ ଖୁଆଇବେ ଏବଂ ଗର୍ଭବତୀ ମହିଳା ,୨ ବର୍ଷରୁ କମ ବୟସର ଶିଶୁ , ଗୁରୁତର ଅସୁସ୍ଥ ଥିବା ବ୍ୟକ୍ତି ଏବଂ ଶିଶୁ ପ୍ରସବ କରିଥିବା ମା ଙ୍କୁ ଏକ ସପ୍ତାହ ମଧ୍ୟରେ ଏହି ଔଷଧ ଦିଆଯିବ ନାହିଁ ବୋଲି ସୂଚନା ଦେଇଥିଲେ । ଏହି ସାମୂହିକ ଔଷଧ ସେବନ ଅଭିଯାନର ବ୍ୟାପକ ସଚେତନତା ସୃଷ୍ଟିରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହୁଥିବାରୁ ଏଥିପାଇଁ ଗଣମାଧ୍ୟମର ସହଯୋଗ କାମନା କରିଥିଲେ ।

ଅନୁଷ୍ଠିତ ବୈଠକରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ,ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡ଼କ୍ଟର ନିଶିତ ରଞ୍ଜନ ଦାସ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଓଡିଶା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି, ରୋଟାରି କ୍ଳବର ସଦସ୍ୟ, ବିଭିନ୍ନ ବେସରକାରୀ ସଂସ୍ଥାର ଓ ସ୍ୱାସ୍ଥ୍ୟ ବିଭାଗର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande