ଭଦ୍ରକ, ୫ ଅଗଷ୍ଟ (ହି.ସ.) - ଭଦ୍ରକ -ଆରଡ଼ି ରାସ୍ତା ର ମଙ୍ଗଳପୁର ଛକ ରେ ବାବା ମଙ୍ଗଳେଶ୍ୱର କାଉଡ଼ିଆସେବା ସଂଘ ପକ୍ଷରୁ ଆଠ ବର୍ଷ ଧରି ଲଘୁ ଓ ଲୋକହିତ ମୂଲ୍ୟ ଉପରେ ଆଧାରିତ ଏକ ବିଶେଷ ପବିତ୍ର ସେବା ଚାଲୁ ରହିଛି। ଶ୍ରଦ୍ଧା ଓ ଆତିଥ୍ୟ ର ଅପୂର୍ବ ମିଶ୍ରଣ ହେଉଛି ଏହି ସଂଘର କାର୍ଯ୍ୟପଦ୍ଧତି। କାଉଡ଼ିଆ ଭକ୍ତ ମାନଙ୍କୁ ପ୍ରତିଦିନ ସକାଳେ ଚା, ଜଳଖିଆ ଓ ସନ୍ଧ୍ୟାବେଳେ ପ୍ରସାଦ ସେବନ ର ବ୍ୟବସ୍ଥା ଯାହା ହଜାର ହଜାର ଭକ୍ତ ମାନଙ୍କୁ ଉପକୃତ କରିଛି। ଏହି କାର୍ଯ୍ୟକ୍ଷେତ୍ରରେ ମଣିଷ ମଣିଷ ମଧ୍ୟରେ ଆଧ୍ୟାତ୍ମିକ ସମ୍ପର୍କ ଓ ମାନବତାର ଉନ୍ନତି ଘଟାଇଛି। ଏହି ଉଦ୍ୟମ ମାନବିକତା ଓ ଧର୍ମ ଦୃଷ୍ଟିକୋଣରୁ ଏକ ଅନୁକରଣୀୟ ନିମିଲ ତିଆରି କରିଛି। ସଂଘର ମୂଳ ଆଧାର ହେଉଛି — ସ୍ୱେଚ୍ଛାସେବୀତା, ଏକତା ଓ ଦୟା। ଅନେକ ଯୁବ ଓ ଜନସାଧାରଣ ନିଜ ସମୟ ଓ ସମ୍ପଦ ଦେଇ ଏହି ସେବା କାର୍ଯ୍ୟ ରେ ଅଂଶ ନିଅନ୍ତି। ଏହି ବ୍ରତ ସଂଘ ରେ ସବୁଠାରୁ ଅଧିକ ପ୍ରଶଂସିତ ଯୁବକ ବର୍ଗ ହେଉଛନ୍ତି — କୋରୁଆ ମଳିକ ସାହି ର ଯୁବକ ସଂଘ, ଯେଉଁମାନେ ଦିନ ରାତି ନିଃସ୍ୱାର୍ଥ ଭାବେ ଏହି କାଉଡ଼ିଆସେବା ରେ ନିଜ କାମ ସୁଚାରୁ ରୂପେ ତୁଲାଇଛନ୍ତି। ଉପସ୍ଥିତ ଭକ୍ତ ମାନେ ସେମାନଙ୍କର ଅଭିଜ୍ଞତା ଜଣାଇ କହିଛନ୍ତି — “ଏଠିର ସେବା ଦେଖି ମନ ପ୍ରସନ୍ନ ହୁଏ। ଶାରୀରିକ ଦୁଃଖ ଓ ଥକାଣି ମଧ୍ୟ ହେଉଛି କିନ୍ତୁ ମଙ୍ଗଳପୁର ଛକ ପରିବେଶ ରେ ଆସିଲେ ଭୋଗ ସେବା ଓ ସେମାନଙ୍କର ସମ୍ମାନ ମୁହୁର୍ତ୍ ଭିତରେ ଶାନ୍ତି ଦେଉଛି।” ସ୍ଥାନୀୟ ଓ ଅନ୍ୟ ଜିଲ୍ଲା ରୁ ଆସୁଥିବା କାଉଡ଼ିଆମାନେ ଏହି ସଂଘ ର କାର୍ଯ୍ୟ ବିଷୟରେ ଉଲମ ପ୍ରତିକ୍ରିୟା ଦେଇଛନ୍ତି। ସେମାନଙ୍କ ମତ ଅନୁଯାୟୀ, ଏହା ଜିଲ୍ଲା ର ଅନ୍ୟାନ୍ୟ ସ୍ଥାନ ମାନଙ୍କ ପାଇଁ ଏକ ମିଶାଲ୍ ହେଉଛି। ଏପରିକି ଅନେକ ରାଜନୈତିକ ଓ ସାମାଜିକ ନେତା ମଧ୍ୟ ଏହି ସଂଘ କାର୍ଯ୍ୟ ବିଷୟରେ ଅପୂର୍ବ ପ୍ରଶଂସା କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ