ସମ୍ବଲପୁର, ୦୫ ଅଗଷ୍ଟ (ହି.ସ.)
ଗୋବିନ୍ଦପୁର ପିଇଓ କ୍ୱାର୍ଟର ଜବରଦଖଲ ଅଭିଯୋଗକୁ ସରପଞ୍ଚ କଲେ ଖଣ୍ଡନ ।
ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ସଦର ମହକୁମା ସ୍ଥିତ ଗୋବିନ୍ଦପୁର ପଞ୍ଚାୟତ ଅଧୀନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ କ୍ୱାର୍ଟରକୁ ଜବରଦଖଲ କରାଯାଇଥିବା ନେଇ ଅଭିଯୋଗ ହୋଇ ଆସୁଥିବା ବେଳେ ଏହା ସମ୍ପୂର୍ଣ୍ଣ ମିଛ ବୋଲି ଗୋବିନ୍ଦପୁର ସରପଞ୍ଚ ଲିଖିତ ଭାବେ ଥାନାରେ ଜଣାଇଛନ୍ତି। ସୂଚନା ଅନୁସାରେ ଗୋବିନ୍ଦପୁର ପଞ୍ଚାୟତ କାର୍ଯ୍ୟାଳୟ ଅଧୀନ ରେ ଥିବା ପିଇଓ କ୍ୱାର୍ଟର କୁ କେତେକ ସାମ୍ବାଦିକ ଜବରଦଖଲ କରି ଥିବା ନେଇ ବାମରା ବିଡିଓ ପୁଷ୍ପକ ପ୍ରଧାନ ଅଭିଯୋଗ ଆଣି ଥିଲେ। ହେଲେ ଗୋବିନ୍ଦପୁର ର ପୂର୍ବ ପଞ୍ଚାୟତ ନିର୍ବାହୀ ଅଧିକାରୀ ଥିବା ସୁଜିତ କୁମାର ନାଏକ ଙ୍କ କିନାବଗା ପଞ୍ଚାୟତ କୁ ବଦଳି ପରେ ସେ ଗୋବିନ୍ଦପୁର ସରପଞ୍ଚ ଙ୍କୁ ଉକ୍ତ ଘର ର ଚାବି ହସ୍ତାନ୍ତର କରିଥିଲେ। ସେବେ ଠୁ ଉକ୍ତ ଘର ର ଚାବି ଗୋବିନ୍ଦପୁର ସରପଞ୍ଚ ଙ୍କ ପାଖରେ ରହିଥିଲା। କୌଣସି ଆବଶ୍ୟକୀୟ ପରିସ୍ଥିତି ରେ ସରପଞ୍ଚ ଉକ୍ତ ଘର କୁ ଯିବା ଆସିବା କରୁଥିଲେ। ମାତ୍ର ଉକ୍ତ ଘର କୁ କେତେକ ସାମ୍ବାଦିକ ଓ ଅନ୍ୟ ବ୍ୟକ୍ତି ଜବରଦଖଲ କରି ଥିବା ନେଇ ବାମରା ବିଡିଓ ପୁଷ୍ପକ ପ୍ରଧାନ ବାରମ୍ବାର ଅଭିଯୋଗ କରି ଆସୁଥିବା ବେଳେ ଏହାକୁ ନେଇ ଗୋବିନ୍ଦପୁର ସରପଞ୍ଚ ବିମଳ ଲାକ୍ରା ଗୋବିନ୍ଦପୁର ଥାନା ରେ ସ୍ପଷ୍ଟ ଭାବେ ଲେଖି ଜଣାଇଛନ୍ତି ଯେ ବିଡ଼ିଓ ଆଣିଥିବା ଅଭିଯୋଗ ସମ୍ପୂର୍ଣ ମିଥ୍ୟା ଓ ଉକ୍ତ ଘର ଟି ସମ୍ପୂର୍ଣ ଭାବେ ଗୋବିନ୍ଦପୁର ପଞ୍ଚାୟତ ଅଧୀନ ରେ ରହିଛି। ଅନ୍ୟ ପଟେ କିଛି ଦିନ ପୂର୍ବରୁ ବାମରା ଠାରେ ଆୟୋଜିତ ସମ୍ବଲପୁର ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଶିବିର ସମୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ବିଡ଼ିଓ ପୁଷ୍ପକ ପ୍ରଦାନ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ରୁ ଏ ସମ୍ପର୍କିତ ଖବର ପ୍ରାକାଶିତ ହେବା ଯୋଗୁଁ ରାଗ ସୁଝାଇବା କୁ ଯାଇ ବାମରା ବିଡିଓ ସାମ୍ବାଦିକ ଙ୍କ ନାମ୍ ରେ ମିଥ୍ୟା ଅଭିଯୋଗ ଆଣିଥିବା ସାମ୍ବାଦିକ ମାନେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ