ଭବାନୀପାଟଣା ଟାଉନ ହଲରେ ଜିଲ୍ଲାସ୍ତରୀୟ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ କାର୍ଯ୍ୟକ୍ରମ ଓ ଆକାଂକ୍ଷା ହାଟର ଶୁଭାରମ୍ଭ
-ଭବାନୀପାଟଣା 5ଅଗଷ୍ଟଗତ କାଲି ବିଳମ୍ବିତ ଯାଏ କଳାହାଣ୍ଡି ଜିଲ୍ଲା ର ଭବାନୀପାଟଣା ଟାଉନ ହଲ ରେ ଜିଲ୍ଲା ସ୍ତରୀୟ ସମ୍ପୂର୍ଣତା ଅଭିଯାନ ସମ୍ମାନ ସମାରୋହ କାର୍ଯ୍ୟକ୍ରମ ଓ ଆକାଂକ୍ଷା ହାଟ ଶୁଭାରମ୍ଭ ହୋଇଥିଲା ଏହି ସମ୍ମାନ ସମାରୋହ ରେ ମାନ୍ୟବର ବିଧାୟକ ଧର୍ମଗଡ଼ ଶ୍ରୀ ସୁଧୀର ରଞ୍ଜନ ପଟ୍ଟଯୋଶୀ, ମାନ୍ୟବର ବ
ଭବାନୀପାଟଣା ଟାଉନ ହଲ ରେ ଜିଲ୍ଲା ସ୍ତରୀୟ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ କାର୍ଯ୍ୟକ୍ରମ ଓ ଆକାଂକ୍ଷା ହାଟ ର ଶୁଭାରମ୍ଭ


-ଭବାନୀପାଟଣା 5ଅଗଷ୍ଟଗତ କାଲି ବିଳମ୍ବିତ ଯାଏ କଳାହାଣ୍ଡି ଜିଲ୍ଲା ର ଭବାନୀପାଟଣା ଟାଉନ ହଲ ରେ ଜିଲ୍ଲା ସ୍ତରୀୟ ସମ୍ପୂର୍ଣତା ଅଭିଯାନ ସମ୍ମାନ ସମାରୋହ କାର୍ଯ୍ୟକ୍ରମ ଓ ଆକାଂକ୍ଷା ହାଟ ଶୁଭାରମ୍ଭ ହୋଇଥିଲା ଏହି ସମ୍ମାନ ସମାରୋହ ରେ ମାନ୍ୟବର ବିଧାୟକ ଧର୍ମଗଡ଼ ଶ୍ରୀ ସୁଧୀର ରଞ୍ଜନ ପଟ୍ଟଯୋଶୀ, ମାନ୍ୟବର ବିଧାୟକ ଜୁନାଗଡ଼ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର, ଶ୍ରୀ ପାୱାର ସଚିନ ପ୍ରକାଶ, ଜିଲ୍ଲା ପାଳ କଳାହାଣ୍ଡି, ଶ୍ରୀ ଦୟାମୟ ପଢି, ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦକଳାହାଣ୍ଡି, ଶ୍ରୀକାନ୍ତ ଦଳାଇ ଉପ ନିର୍ଦେଶକ, ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ, କଳାହାଣ୍ଡି, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଓ ଅନ୍ୟାନ ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀ ଯୋଗଦେଇ ଥିଲେ. 2024ଜୁଲାଇ ରୁ ସେପ୍ଟେମ୍ବର 2024ରେ ଅନୁଷ୍ଠିତ ସମ୍ପୂର୍ଣ୍ଣତା ଅଭିଯାନ ରେ ଜିଲ୍ଲା ମାନଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଲା ଉତ୍ତମ ସ୍ଥାନ ଅଧିକାରକରି ତାମ୍ର ପଦକ ହାସଲ କରିଛି, ସେହି ପରି ଆକାଂକ୍ଷା ବ୍ଲକ ମାନଙ୍କ ମଧ୍ୟରେ ମ. ରାମପୁର ଓ ଥୁଆମୂଳ ରାମପୁର ଯଥା କ୍ରମେ 5ଟି ଏବଂ 4ଟି ମୁଖ୍ୟ କାର୍ଯ୍ୟ ଦକ୍ଷତା ସୂଚକ ରେ ସଂପୂଣ୍ଣ ତା ହାସଲ କରିଥିବାରୁ ଉକ୍ତ ବି ଡି ଓ ମାନଙ୍କୁ ରୋପ୍ୟ ପଦକ ଓ ତାମ୍ର ପଦକ ନୀତି ଆୟୋଗ, ଭାରତ ସରକାର ପ୍ରଦାନ କରାଯାଇଥିଲା.

ଜିଲ୍ଲା ପାଳ କହିଥିଲେ ଯେ କଳାହାଣ୍ଡି ଙ୍କୁ ଆକାଂକ୍ଷା ଜିଲ୍ଲା ମାନଙ୍କମଧ୍ୟରେ ଉତ୍ତମ ସ୍ଥାନ ଅଧିକାର କରିଥିବାରୁ 9କୋଟି ଓ ଥୁଆମୂଳ ରାମପୁର ବ୍ଲକ ଏକ କୋଟି ଟଙ୍କା ପୁରସ୍କାର ରାଶି ନୀତି ଆୟୋଗ ଭାରତ ସରକାର ଙ୍କ ଠାରୁ ପାଇଛନ୍ତି. ଧର୍ମଗଡ଼ ବିଧାୟକ କହିଥିଲେ ଯେ ଏପରି ସମସ୍ତେ ନିଜର କାର୍ଯ୍ୟ ଠିକ ଭାବରେ ସମ୍ପାଦନ କଲେ ସମୃଦ୍ଧ ଓଡିଶା ଗଠନ ରେ ମୁଖ୍ୟ ଭୂମିକା ଗ୍ରହଣ କରିବ. ଏହାର ସୁଫଳ ଜିଲ୍ଲା ବାସି ପାଇ ପାରିବେ. ଅତିଥି ମାନେ ସପ୍ତାହ ବ୍ୟାପି ଆକାଂକ୍ଷା ହାଟ ର ଶୁଭାରମ୍ଭ କରିଥିଲେ. ଏହି ଆକାଂକ୍ଷା ହାଟ ରେ ବିଭିନ୍ନ ପ୍ରକାର ଡାଲି ମସଲା ଜାତୀୟ ଦ୍ରବ୍ୟ, ଜଙ୍ଗଲ ଜାତୀୟ ଦ୍ରବ୍ୟ, ମାଣ୍ଡିଆ ଜାତୀୟ ଖାଦ୍ୟ ମିଶନ ଶକ୍ତି ରୁ ବଢ଼ି ପାମ୍ପଡ଼ ଇତ୍ୟାଦି ଷ୍ଟଲ 12ଗୋଟି ଦେଖି ବାକୁ ମିଳି ଥିଲା. ଜିଲ୍ଲାର ସଂସ୍କୃତି, କୃଷି ଅଇଁ ତୀୟ ପ୍ରତିଫଳିତ କରେ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ.ହିନ୍ଦୁସ୍ଥାନ ସମାଚାର

ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ


 rajesh pande